ସିଏଜି ଅଡିଟକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏଜି କର୍ମଚାରୀଙ୍କ ସାଇକେଲ ରାଲି

ଭୁବନେଶ୍ୱର : ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହ ପାଳନ ଅବସରରେ ତୃତୀୟ ଦିବସରେ ଅଡିଟକୁ ଲୋକାଭିମୁଖୀ କରିବା ଓ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଜି କର୍ମଚାରୀଙ୍କ ଦ୍ୱାରା ବୁଧବାର ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି। ଏହି ସାଇକଲ ରାଲିକୁ ପୂର୍ବତନ ପ୍ରଧାନ ମହାଲେଖାକାର ସନତ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ରାଲିରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପମହାଲେଖାକାର ଦୀପକ ରଘୁ, ଶ୍ରୀରାଜ ଅଶୋକ, ଉପ ମହାଲେଖାକାର ସୁଶାନ୍ତ ରଞ୍ଜନ, ମୋନାଲିକା ବୋର୍ଗହାଇନି, ସଚିନ କୌଶିକ, ଏସ. ଅରୁଣା, ପି. ଅଶୋକାନ ଓ ଅନ୍ୟ ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ। ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଅଡିଟ ସପ୍ତାହ ପାଳନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ।
Comments are closed.