ବରିଷ୍ଠ ନାଗରିକଙ୍କୁ ସାଇବର ଠକେଇ ସୁରକ୍ଷା ସଚେତନତା

ଚୌଦ୍ୱାର : ବରିଷ୍ଠ ନାଗରିକଙ୍କୁ ସାଇବର ଠକେଇ ସମ୍ପର୍କରେ ସୂଚନା ଦେଇ ଏଦିଗରେ ସେମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ସତର୍କ କରିବା ଲକ୍ଷରେ ଚୌଦ୍ୱାର ପୁଲିସ ତରଫରୁ ଏକ ସଚେତନତା କର୍ମଶାଳା ସ୍ଥାନୀୟ ମହିମା ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର ଥାନା ଅଇଆଇସି ବିରଞ୍ଚି ନାରାୟଣ ପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଅତିରିକ୍ତ ଡିଏସପି ଏସ୍.କେ.ସରାଫୁଦ୍ଦିନ୍, ସାଇବର କ୍ରାଇମ ବିଭାଗ ଆଇଆଇସି ରେଣୁବାଳା ତ୍ରିପାଠୀ ପ୍ରମୁଖ ଏଥିରେ ଯୋଗଦେଇ ବରିଷ୍ଠ ନାଗରୀକ ମାନେ ସାଇବର ଠକେଇର ଶିକାର ନହେବାର ବିଭିନ୍ନ ଉପାୟ ଓ ମାଧ୍ୟମ ଉପରେ ସଚେତନ କରାଇଥିଲେ। ଏଥି ସହିତ ଭିଡ଼ିଓ ଦୃଶ୍ୟ ମାଧ୍ୟମରେ ମଧ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ ସୁଚନା ପ୍ରଦାନ କରାଯାଇଥିଲା। ଅଞ୍ଚଳର ୨୫୦ରୁ ଅଧିକ ବରିଷ୍ଠ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କମିଶନରେଟ ପୋଲିସ ତରଫରୁ ସାଇବର ଠକେଇ ସୁରକ୍ଷା ସମ୍ପର୍କିତ ଅଭିଯୋଗ ପାଇଁ ଜାରୀ କରାଯାଇଥିଲା ହେଲ୍ପଲାଇନ ନମ୍ବର ସମ୍ପର୍କରେ ଜନ ସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

Comments are closed.