ଆଜି ଅବସର ନେବେ ଅମ୍ପାୟର ଇଆନ ଗୋଲ୍ଡ

ଲିଡ୍ସ : ଇଂଲଣ୍ଡ ଅମ୍ପାୟର ଇଆନ ଗୋଲ୍ଡ ଶନିବାର ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଗୋଲ୍ଡ ବିଶ୍ବକପ କ୍ରିକେଟର ଶନିବାର ଲିଡ୍ସରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ପରେ ଅବସର ନେବେ। ଗୋଲ୍ଡ ଅମ୍ପାୟରିଂ କ୍ୟାରିୟରରେ ୭୪ ଟେଷ୍ଟ ଓ ଶନିବାରର ଭାରତ-ଶ୍ରୀଲଙ୍କା ମ୍ୟାଚକୁ ମିଶାଇ ୧୪୦ ଟି ଦିନିକିଆ ପରିଚାଳନା କରିଛନ୍ତି। ଗୋଲ୍ଡ ୪ର୍ଥ ଥର ପାଇଁ ଆଇସିସି ବିଶ୍ୱକପ୍ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍ ସେମିଫାଇନାଲ ମଧ୍ୟ ଅମ୍ପାୟରିଂ କରିଥିଲେ।

Comments are closed.