ବିଶ୍ୱକପ୍‍ ପାଇଁ ଭାରତ ଏବଂ କୋହଲିଙ୍କୁ ଶୁଭକାମନା ଜଣାଇଲେ ଫୁଟବଲର ଡ଼େଭିଡ଼୍‍ ଲୁଇଜ୍‍

ଲଣ୍ଡନ : ବ୍ରାଜିଲ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଡ଼େଭିଡ଼ ଲୁଇଜ୍‍ ସୋମବାର ୨୦୧୯ କ୍ରିକେଟ ବିଶ୍ୱକପ୍‍ ପାଇଁ ଭାରତୀୟ କ୍ରିକେଟ ଦଳ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି। ଡ଼େଭିଡ଼୍‍ ଲୁଇଜ୍‍ ନିଜ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି ଏହି ଶୁଭକାମନା ଜଣାଇଛନ୍ତି। ସେ ଭିଡ଼ିଓରେ କୋହଲିଙ୍କୁ ଭାଇ ବୋଲି(ବ୍ରୋ) ସମ୍ବୋଧନ କରିବା ସହିତ କୋହଲିଙ୍କ ଦଳକୁ ସମର୍ଥନ କରିବା କଥା କହିଛନ୍ତି। ସେ କହିଛନ୍ତ- ‘ଭାଇ ବିରାଟ କୋହଲି ୨୦୧୯-ବିଶ୍ୱକପ ପାଇଁ ତୁମ ଦଳକୁ ମୋର ଶୁଭକାମନା। ଚଳିତ ବିଶ୍ୱକପରେ ମୁଁ ତୁମ ଦଳକୁ ସମର୍ଥନ କରିବି। ଖୁବଶିଘ୍ର ଦେଖାହେବ’।

Comments are closed.