ପ୍ରେମ ଧୋକା ଆଉ ତା’ ପରେ ଆତ୍ମହତ୍ୟା

ପ୍ରେମିକାର ଧୋକା ସହିନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

କଟକ: ପ୍ରେମର କରୁଣ ପରିଣତି। ଜୀବନ ଦେଇ ଭଲ ପାଉଥିଲେ ନିଜ ପ୍ରେମକାକୁ । ପ୍ରେମ ସାଗରରେ ବିଲିନ ହୋଇ ଭବିଷ୍ୟତର ଜୀବନ କେମିତି ବିତାଇବେ ପ୍ରେମୀଯୁଗଳ ତାହା ବି କଥାବର୍ତ୍ତା ହୋଇଯାଇଥିଲେ। କିନ୍ତୁ ପରିଶେଷରେ ପ୍ରେମରେ ଧୋକା ଦେଲା ପ୍ରେମିକା। ଆଉ ତାପରେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମକାର ଧୋକାକୁ ସହି ପାରି ନଥିଲା ପ୍ରେମିକ। ପ୍ରେମିକାର ଧୋକା ପରେ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛିନେଇଥିଲା ପ୍ରେମିକ। ଆଉ ଆତ୍ମହତ୍ୟା ପୂର୍ବରୁ ଭିଡିଓ ସୁଟିଂ କରି ଆତ୍ମହତ୍ୟାର କାରଣ କହିବା ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ।

ଏପରି ଘଟଣା ଘଟିଛି ରୂପାର ସହର କଟକରେ । କଟକ ତାଳଦଣ୍ଡା କେନାଲ ମାତୃଭବନ ନିକଟରେ ଥିବା ରେଳ ଧାରଣାରେ ଶୁକ୍ରବାର ଜିଆରପି ପୁଲିସ ଏକ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଏବଂ ମୋବାଇଲର ଭିଡିଓକୁ ଦେଖି ପୁଲିସ ଜାଣିବାକୁ ପାଇଲା ଏହା ପ୍ରେମ ଜନିତ ଆତ୍ମହତ୍ୟା । କାରଣ ମୃତକର ମୋବାଇଲରେ ମୃତ୍ୟୁ ପୂର୍ବରୁ ରେକଡିଂ ହୋଇଥିବା ଭିଡିଓରେ ମୃତ୍ୟୁର କାରଣ କଣ ତାହା ସ୍ପଷ୍ଟ ହୋଇଥିବା ବେଳେ ମିଳିଥିବା ସୁଇସାଇଡ ନୋଟରେ ବି ସମାନ କଥା ଲେଖାହୋଇଥିଲା।ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହୋଉଛନ୍ତି ମନୋଜ ସ୍ବାଇଁ। ତାଙ୍କ ଘର ନିଆଳି ଅଞ୍ଚଳରେ ବୋଲି ଜଣାପଡିଛି। ମନୋଜ କଟକ ରାଉସପାଟଣା ଅଞ୍ଚଳରେ ଘର ଭଡା ନେଇ ରହୁଥିବା ବେଳେ ଯାଜପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ବୋଲି ଭିଡିଓରେ କହିଛନ୍ତି। ତେବେ ପ୍ରେମିକା ପ୍ରେମରେ ଧୋକା ଦେବାରୁ ସେ ଆତ୍ମହତ୍ୟା କରିଥିବା ଆତ୍ମହତ୍ୟା ପୂର୍ବରୁ ରେକଡିଂ କରିଥିବା ଭିଡିଓରେ କହିଛନ୍ତି।

Comments are closed.