କଟକ: ପଟାପୋଲ ଅଞ୍ଚଳ ସିଲ୍

- ଘରୁ ନ ବାହାରିବାକୁ ପରାମର୍ଶ

କଟକ: କରୋନା ଲକ୍ଆଉଟ୍ ସମୟରେ କଟକର ପଟାପୋଲ ଅଞ୍ଚଳକୁ ସିଲ୍ କରିଛି ପୁଲିସ। ସମ୍ପ୍ରତି କଟକରେ ୪୮ ଘଣ୍ଟିଆ ସଟ୍ଡ଼ାଉନ୍ ନିର୍ଦ୍ଦେଶ ଜାରି ରହିଛି। ଏହା ସତ୍ତ୍ବେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ବିଶୋଧନ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।  ଷ୍ଟିୱାର୍ଟ  ସାଇନ୍ସ କଲେଜରୁ ସୂତାହାଟ, ତିନିକୋଣିଆ ବଜାରରୁ ସୂତାହାଟ ମସଜିଦ୍ ଛକ, ତିନିକୋଣିଆ ବଜାରରୁ ବକ୍ସିବଜାର ଛକ ଓ ବକ୍ସିବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଅଞ୍ଚଳକୁ ସିଲ୍ କରାଯାଇଛି। ଦୁଇ ଦିନ ତଳେ ସେହି ଅଂଚଳର ଜଣେ ବ୍ୟକ୍ତିଙ୍କୁ କରୋନା ଭୁତାଣୁ ସଂକ୍ରମଣ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

Comments are closed.