ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ

କଟକ : କଟକ ସ୍ଥିତ ମଙ୍ଗଳାବାଗ ଏସବିଆଇ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିବା ସମୟରେ ବିଫଳ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରାୟ ୩ଟା ସମୟରେ ଚାରିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ଏହାପରେ ବ୍ୟାଙ୍କ ଭିତରେ ପଶି ପରିଚାଳକଙ୍କ ରୁମର ତାଲାକୁ ମଧ୍ୟ ଭାଙ୍ଗିବା ସହ ଟଙ୍କା ଲୁଟ ପାଇଁ ଲକର ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସାଇରନ ବାଜିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କରୁ ଟଙ୍କା ଲୁଟ ହୋଇନଥିବା ମୁଖ୍ୟ ପରିଚାଳକ ସ୍ପଷ୍ଟ କରିଥିବା ଜଣାପଡ଼ିଛି।

Comments are closed.