ବାଲିଯାତ୍ରା ପଡ଼ିଆରେ ବି-ଟେକ୍ ବିରିୟାନିର ମଜା; ଦେଖନ୍ତୁ ଭିଡିଓ. ଜାଣନ୍ତୁ ବିରିୟାନିରେ କ’ଣ ରହିଛି ଖାସ୍‌

କଟକ: ବାଲିଯାତ୍ରା ପଡ଼ିଆରେ ବି-ଟେକ୍ ବିରିୟାନି । କ’ଣ ବି-ଟେକ୍ ବିରିୟାନି ନାଁ ଆପଣଙ୍କୁ ଟିକେ ଖଟକା, ଝଟକା ଲାଗୁଛିନା । ଆଜ୍ଞା ହଁ ଲାଗିବ ତ ନିଶ୍ଚନ । କାରଣ ବି-ଟେକ୍ ଏକ କୋର୍ସ ଅଛି ବୋଲି ତ ଜାଣିଥିବେ । ହେଲେ ବିରିୟାନି ଜାଣିନଥିବେ । ଯଦି ଜାଣିବାକୁ ଚାହୁଁଛନ୍ତି । ତାହାହେଲ ବିରିୟାନିକୁ ଟିକେ ଭଲଭାବେ ଦେଖନ୍ତୁ । ଖାଲି ବିରିୟାନି କାହିଁକି, ବିଟେକ୍ ଫିଙ୍ଗର ଚିପ୍ସ, ବିଟେକ୍ ଫିସ୍ ଫିଙ୍ଗର ଏବଂ ବି-ଟେକର କିଛି ଚାଓମିନକୁ ବି ଦେଖନ୍ତୁ ।

କ’ଣ ଦର୍ଶକ ବନ୍ଧୁ କିଛି ବୁଝିପାରୁ ନାହାନ୍ତି ନା ? ଆଖିକୁ ସୁନ୍ଦର ତ ନିଶ୍ଚୟ ଦିଶୁଛି । ଆଉ ବହୁତ ଭଲ ବି ଲାଗୁଥିବ ନିଶ୍ଚୟ । ହେଲେ ଭାବୁଥିବେ ଏ ସବୁ ଆଇଟମ୍ ପଛରେ ବିଟେକ୍ କାହିଁକି ? କ’ଣ ସତ କହିଲିନା ? ତେବେ ନିଶ୍ଚୟ ବାଲିଯାତ୍ରାକୁ ଥରେ ଯାଆନ୍ତୁ ଆଉ ଏସବୁର ମଜା ହିଁ ନିଅନ୍ତୁ ।  ତେବେ ଶୁଣନ୍ତୁ ଏହି ସବୁ ଆଇଟମ୍ ପଛରେ ବି-ଟେକ୍ ଲାଗିଥିବା କାରଣ ?

ବି-ଟେକ୍ ଓ ଏମବିଏ ପଢ଼ିବା ପରେ ସାଧାରଣତଃ ସମସ୍ତେ ଚାକିରି କରିଥାଆନ୍ତି । ବଡ଼ ବଡ଼ ପୋଷ୍ଟରେ ରହିଥାନ୍ତି । ହେଲେ ଏଠି ନିଜେ କିଛି କରିବାର ପ୍ରୟାସ, ଷ୍ଟୁଡେଣ୍ଟ ମାନଙ୍କୁ ନୂତନ ପରିଚୟ ଦେଇଛି । ଆଉ ନିଜର ସ୍ୱାଭିମାନ ସହ ବି-ଟେକ୍ ବିରିୟାନି ବିକୁଛନ୍ତି ବି-ଟେକ୍ ଓ ଏମବିଏ ଛାତ୍ର ।  ସବୁଠାରୁ ବଡ଼ କଥା ହେଉଛି, ଏହି ବିରିୟାନି ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ, ପ୍ଲେଟ ମାତ୍ର ୧୨୦ଟଙ୍କାରେ ମିଳୁଛି । ନାଁ ସାଙ୍ଗକୁ ଗ୍ରାହକଙ୍କୁ ସୁହାଇବା ଦାମ୍ ଲୋକଙ୍କୁ ଆକୃଷ୍ଟ କରୁଛି । ଆଉ ସଂଧ୍ୟା ହେଲେ ଦୋକାନରେ ଭିଡ ଜମୁଛି ।

Comments are closed.