ନକଲି ସସ୍‍ ବିକ୍ରୀ: ଦୋକାନ ସିଲ, ୩ ଅଟକ

ଡେସ୍କ: ନକଲି ସସ୍‍ ବିକ୍ରୀ ଅଭିଯୋଗରେ କଟକ ମାଲଗୋଦାମ ଅଂଚଳରେ ଥିବା ଏକ ନକଲି ସସ୍‍ ଦୋକାନ ଉପରେ ପୁଲିସ ଚଢ଼ାଉ କରିଛି। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତିରେ ସମ୍ପୃକ୍ତ ଦୋକାନକୁ ସିଲ୍‍ କରାଯାଇଛି। ଏହି ଘଟଣାରେ ଅପମିଶ୍ରିତ ସସ୍‍ ବିକ୍ରୀ କରୁଥିବା ଜଣେ ବ୍ୟବସାୟୀକୁ ମାଲଗୋଦାମ ଥାନା ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ସେହିପରି ବାରଙ୍ଗ ଅଂଚଳରେ ଥିବା ଏକ ସସ୍‍ ତିଆରି କାରଖାନା ଉପରେ ମଧ୍ୟ ଚଢ଼ାଉ କରାଯାଇ ଦୁଇ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି।

Comments are closed.