ଶିକ୍ଷାର୍ଥୀଙ୍କ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ସକାରାତ୍ମକ ଚିନ୍ତାଧାରା ଜରୁରୀ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ସ୍ଥିତ ଜବାହାରଲାଲ ନେହେରୁ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ତରଫରୁ ଆଜି ‘ଏଜୁକେସନ ଆଣ୍ଡ ୱେଲନେସ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ଡଃ ଯୋଗମାୟା ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ନକାରାତ୍ମକ ଚିନ୍ତାଧାରାକୁ କିଭଳି ସକାରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ କରାଯାଇ ପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜୀବନରେ ଦେଖା ଦେଉଥିବା ସମସ୍ୟାଗୁଡ଼ିକର ସହଜ ଓ ସରଳ ସମାଧାନ କରାଯାଇ ପାରିଲେ, ତାହା ଭବିଷ୍ୟତ ଜୀବନକୁ ସୁନ୍ଦର କରିବା ସହ ନିଷ୍ପତ୍ତି ଗ୍ରହଣରେ ଉପାଦେୟ ହେବ ବୋଲି ଡଃ ପଣ୍ଡା କହିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ, ଡଃ ଜ୍ଞାନ ରଞ୍ଜନ ଶତପଥୀ, ପାଲ୍ୟକୀର୍ତ୍ତି ଦାସ, ସାଗରିକା ପ୍ରଧାନ, ବିଜୟ କୁମାର ସାହୁଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.