ସହରରେ ଗଡ଼ିଲା ମଧୁ ସ୍ମୃତି ରଥ

କଟକ: ଉତ୍କଳ ସମ୍ମିଳନୀର ୧୧୮ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯୁବ ସେବକ ବାହିନୀ, ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରଥମ ଥର ପାଇଁ ସହରର ଗଳି କନ୍ଦିରେ ଗଡ଼ିଛି ମଧୁସ୍ମୃତି ରଥ। ପରେ ଇଦ୍‍ଗା ପଡ଼ିଆ ସ୍ଥିତ ସ୍ମୃତିସ୍ତମ୍ଭ ଠାରେ ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ପ୍ରଫେସର ଅଦ୍ୱେତ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସେଠାରେ ଯୁବ ସେବକ ବାହିନୀ ପକ୍ଷରୁ ଆବାହକ ସନ୍ତୋଷ କୁମାର ମହାରଣା ରାଜ୍ୟ ସଭାପତି ପ୍ରଫେସର ପାତ୍ରଙ୍କୁ ଉତ୍କଳ ସମ୍ମିଳନୀ ପତାକା ପ୍ରଦାନ କରିଥିଲେ। ଏଥିସହ ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧିପୀଠ ଓ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସେହିପରି ସଂଗଠନ ପକ୍ଷରୁ ସତ୍ୟଭାମାପୁର ସ୍ଥିତ ମଧୁବାବୁଙ୍କ ଜନ୍ମପୀଠରେ ଏକ ସଭାର ଆୟୋଜନ କରାଯାଇ ସ୍ମୃତିଚାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ମହମଦ୍‍ କମରୁଲ ହୁସେନ୍‍, ସାଧାରଣ ସମ୍ପାଦକ କିଶୋର ମହାନ୍ତି, ସଂପାଦିକା ନିଲୀମା ପ୍ରିୟଦର୍ଶିନୀ, ଉପସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀ, ସୁଦର୍ଶନ ମହାପାତ୍ର, ଡ. ପ୍ରଭାସ ଆଚାର୍ଯ୍ୟ, ଡ. କଲ୍ଲିମୁଲ୍ଲା, ଅଧିବକ୍ତା ଜଗନ୍ନାଥ ମହାନ୍ତି, ଉପଦେଷ୍ଟା ଅକ୍ଷୟ ଦାସ, ଜିଷ୍ଣୁ ଘୋଷ, ଉପେନ୍ଦ୍ର ବେହେରା, ଅଧିବକ୍ତା ନେପାଳ ସାମନ୍ତ, ରମାକାନ୍ତ ସାହୁ, ମଳୟ ରଞ୍ଜନ ବେହେରା, ସଲାଉଦ୍ଦିନ ଖାନ, ଅନିରୁଦ୍ଧ ଦାସ, ପ୍ରଦେଶ କୁମାରୀ ମହାରଣା, ରୋମା ବେହେରା, ବିଷ୍ଣୁପ୍ରିୟା ସେଠୀ, କିରଣବାଳା ମହାନ୍ତି, ଶିଳ୍ପା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Comments are closed.