ମାଲଗୋଦାମ କଟକଣା – ଆଜି ସିଏମ୍‌ସି କମିସନର ଓ ଡିିସିପିଙ୍କୁ ଭେଟିବ ସଂଘ

କଟକ: ସନ୍ଧ୍ୟା ୬ଟା ପରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ନିଷ୍ପତ୍ତିକୁ କଟକ ମାଲଗୋଦାମ ବ୍ୟବସାୟୀ ସଂଘ ବିରୋଧ କରିଛି। ପୂର୍ବପରି ମାଲଗୋଦାମରେ ବ୍ୟବସାୟ ସନ୍ଧ୍ୟା ୬ଟା ପରେ ଅବ୍ୟାହତ ରଖିବାକୁ ସଂଘ ଦାବି କରିଛି। ଏ ସମ୍ପର୍କରେ ବ୍ୟବସାୟୀ ସଂଘର କର୍ମକର୍ତ୍ତା ସିଏମସି କମିସନର ଓ ଡିସିପିଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି।

ସନ୍ଧ୍ୟା ୬ଟାରୁ ମାଲଗୋଦାମରେ ସମସ୍ତ ଗୋଦାମ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସଂଘର ଯୁଗ୍ମ ସଂପାଦକ ପ୍ରଶାନ୍ତ ପାତ୍ର କହିଛନ୍ତି। ଆଜି ସିଏମସି କମିସନର ଓ ଡିସିପିଙ୍କୁ ଅବଗତ କରାଯିବ। ଯଦି କଟକଣା ସମୟ ପ୍ରତ୍ୟାହୃତ କରା ନ ଯାଏ,ତେବେ ଆଗକୁ ଆଉ ଅତ୍ୟାବଶ୍ୟକ ସାମଗ୍ରୀ କେହି କିଣିବେ ନାହିଁ ବୋଲି ଯୁଗ୍ମ ସଂପାଦକ ଶ୍ରୀ ପାତ୍ର କହିଛନ୍ତି।

Comments are closed.