ଛାତ୍ରଛାତ୍ରୀଙ୍କୁ ଦଶହରା ଭେଟି, କଟକ ଆଇଟିଆଇ ହେବ ଭର୍ଚୁଆଲ୍ ଇନୋଭେସନ୍ ସେଣ୍ଟର

କଟକ ଖପୁରିଆସ୍ଥିତ ସରକାରୀ ତାଲିମ ଶିଳ୍ପ ଅନୁଷ୍ଠାନକୁ ଜାତୀୟ ସ୍ଥରୀୟ ତାଲିମ ଶିଳ୍ପ ଅନୁଷ୍ଠାନ ସହ ସମକକ୍ଷ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ଲକ୍ଷ୍ୟରେ କେତେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ଆଜି ହାଇଦ୍ରାବାଦ ସ୍ଥିତ ଏଜ ଫେକ୍ସ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ କଟକ ଖପୁରିଆସ୍ଥିତ ସରକାରୀ ତାଲିମ ଶିଳ୍ପ ଅନୁଷ୍ଠାନରେ ଷ୍ଟେମ ଟିଙ୍କରିଂ ଫିଜିକାଲ୍ ଏବଂ ଭର୍ଚୁଆଲ୍ ଇନୋଭେସନ୍ ସେଣ୍ଟର, ଇଲେକ୍ଟ୍ରୋନିକ୍ସ, ଅର୍ଡିନୋ, ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଙ୍ଗ ପ୍ରତିଷ୍ଠା ହେବ।

ଏହି କାଯ୍ୟକ୍ରମରେ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦେଶକ ଜି. ରଘୁ ଯୋଗଦେଇ କହିଛନ୍ତି ଯେ ଶିଳ୍ପର ଆବଶ୍ୟକତା ସହିତ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦାନ କରିବା ହେଉଛି ପ୍ରାଥମିକତା।

Comments are closed.