କଟକ ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ: ଜିଲାପାଳ

କଟକ: କଟକ ଜିଲାରେ କରୋନା ସ୍ଥିିତି ନେଇ ଜିଲାପାଳଙ୍କ ସୂଚନା। ଜିଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ବିନୀ ହସ୍‌ପିଟାଲ୍‌ ଥିଲା। ବର୍ତ୍ତମାନ ୧୫୦ ବେଡ୍‌ର ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ସଦ୍‌ଗୁରୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଡାଇଲେସିସ୍‌ ଓ ପ୍ରସୂତିଙ୍କ ପାଇଁ ସୁବିଧା ରହିଛି। କଟକ ଜିଲାରେ ଆଉ ଗୋଟିଏ ହେଲ୍‌ଥ ସେଣ୍ଟର ରହିଛି। ଗ୍ରାମାଞ୍ଚଳରେ ୧୮୨୧ ​କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ କମିଟି କାର୍ଯ୍ୟ କରୁଛି। ସହରାଞ୍ଚଳରେ ୧୧୩ଟି କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ କମିଟି କାର୍ଯ୍ୟ କରଛି। ସମଗ୍ର ଜିଲାରେ ୫୧୭୪ ପଜିଟିଭ୍‌ ଚିହ୍ନଟ ହୋଇଛି, ସେଥିମଧ୍ୟରୁ ୧୭୩୪ ଚିକିତ୍ସାଧୀନ ରହିଛନ୍ତି। ଚିକିତ୍ସାଧୀନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩୮(୬୨.୧୮%) ସହରାଞ୍ଚଳର ବୋଲି ଜଣାପଡ଼ିଛି। କଟକରେ ପ୍ଲାଜମା ଥେରାପି ଚିକିତ୍ସା ସଫଳତାର ସହ ଚାଲିଛି। କଟକରେ ୧୬୮ଜଣଙ୍କଠାରୁ ୩୩୬ୟୁନିଟ୍ ପ୍ଲାଜ୍‌ମା ସଂଗ୍ରହ କରାଯାଇଥିଲା ଓ ୨୮୭ ବ୍ୟବହାର ହୋଇଛି। କଟକରେ ୪୫୦ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୧୩୨ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟମାନେ ଚିକିତ୍ସିତ ହୋଇ ଘରକୁ ଫେରିଯାଇଛନ୍ତି ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।

Comments are closed.