ବିନା ଶ୍ରଦ୍ଧାଳୁରେ କଟକ ସହରରେ ଅନୁଷ୍ଠିତ ହେବ ଦୁର୍ଗାପୂଜା

ସାର୍ବଜନୀନ ପୂଜା ପାଇଁ ଅନୁମତି ନାହିଁ

କଟକ : କଟକ ସହରରେ ଅନୁଷ୍ଠିତ ହେବ ଦୁର୍ଗାପୂଜା। ବିନା ଶ୍ରଦ୍ଧାଳୁରେ ପୂଜାମଣ୍ଡପରେ ଦୂର୍ଗାପୂଜା ପାଇଁ କଟକ ଜିଲ୍ଲାପାଳ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମଙ୍ଗଳବାର ଦୁର୍ଗାପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୂର୍ଗା ପୂଜା ପାଇଁ ସେ  କଟକଣା ଜାରି କରିଥିଲେ । ତେବେ ଆଜି ନିଜର ମତ ବଦଳାଇ ଦୁର୍ଗାପୂଜା ପାଇଁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି।

ତେବେ ସାର୍ବଜନୀନ ପୂଜା ପାଇଁ ଅନୁମତି ଦିଆଯିବ ନାହିଁ। ମନ୍ଦିର ଭଳି ବିନା ଭକ୍ତରେ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ବିନା ଭକ୍ତଙ୍କ ସମାଗମରେ ପୂଜାମଣ୍ଡପରେ ଦୂର୍ଗାପୂଜା ହୋଇପାରିବ ବୋଲି ଜିଲାପାଳ ଶ୍ରୀ ଚୟନୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କଟକର ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ  ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି।  ଏ ନେଇ ହାଇକୋର୍ଟଙ୍କ ରାୟକୁ ପ୍ରତୀକ୍ଷା କରାଯାଇଛି।

Comments are closed.