ନେତାଜୀ ଜୟନ୍ତୀ ପାଇଁ କଲିଜିଏଟ ସ୍କୁଲ ପୁରାତନ ଛାତ୍ରସଂସଦ ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ : ପ୍ରତ୍ୟେକ ବର୍ଷପରି ଏହି ବର୍ଷ ମଧ୍ୟ ମହାନ ବିପ୍ଲବୀ, ସ୍ବାଧୀନତା ସଂଗ୍ରାମୀ, ଆଜଦହିନ୍ଦ ଫୌଜର ପ୍ରତିଷ୍ଠାତା, କଟକ ଓଡ଼ିଆ ବଜାରରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜନ୍ମ ଜୟନ୍ତୀ ଉତ୍ସବ ନେତାଜୀଙ୍କର ପାଠ ପଢିଥିବା ବିଖ୍ୟାତ ସ୍କୁଲ ରେଭେନ୍ସା କଲିଜିଏଟ ସ୍କୁଲରେ ଆସନ୍ତା ଜାନୁଆରୀ ୨୩ ତାରିଖ ଦିନ ମହାସମାରୋହରେ ପାଳନ କରାଯିବ। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ଲାଗି ସହମତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ବର୍ଷପରି ସ୍କୁଲର ପୁରାତନ ଛାତ୍ରସଂସଦର ସ୍କୁଲର ସହଯୋଗରେ ଏହି ଉତ୍ସବକୁ ପାଳନ କରିଥାଏ। ଏଥିପାଇଁ  ପୁରାତନ ଛାତ୍ରସଂସଦ ତରଫରୁ ବିଦ୍ୟାଳୟର ବିଜୁ ପଟ୍ଟନାୟକ ହଲରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ପ୍ରଦୀପ ରାଓ ଅଧ୍ୟକ୍ଷତା କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଡ. ଅନୁଷ୍ମିତା ସ୍ବାଇଁ, ବରିଷ୍ଠ ଶିକ୍ଷକ ଜୟନ୍ତ କୁମାର ଦାସ, କାର୍ଯ୍ୟକାରୀ ସଭାପତି  ଶ୍ରୀ ରାମାଶିଷ ହାଜରା, ସାଧାରଣ ସମ୍ପାଦକ ଦେବାଶିଷ ଦାସଙ୍କ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ।

ଜୟନ୍ତୀ ଉତ୍ସବରେ ପ୍ରତ୍ୟେକ ବର୍ଷପରି  ସକାଳ ୯.୩୦ ମିନିଟରେ ପୁରାତନ ଛାତ୍ରସାଂସଦର ସଦସ୍ୟବୃନ୍ଦ, ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ତରଫରୁ ନେତାଜୀଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରାଯାଇ ମିଷ୍ଠନ ବଣ୍ଟନ କରାଯିବ।

ସନ୍ଧ୍ୟା ସମୟରେ ସ୍କୁଲର ନେତାଜୀ ଅଡିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ସ୍କୁଲର ପୁରାତନ ଛାତ୍ର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଚିର ପରିଚିତ “ବଡଭାଇ” ନଦୀୟା ବିହାରୀ ମହାନ୍ତିଙ୍କୁ ‘ଛାତ୍ର ଗୌରବ’ ଉପାଧିରେ ଏବଂ ପୁରାତନ ଶିକ୍ଷକ ରାମଚନ୍ଦ୍ର ଓଝା ଓ ଜନାବ ନଇମୁଦ୍ଦିନଙ୍କୁ ‘କୃତୀ ଶିକ୍ଷକ’ ଉପାଧିରେ ସମ୍ମାନିତ କରାଯିବ ପାଇଁ ସ୍ଥିର କରାଯାଇଛି। ପ୍ରତ୍ୟୋକ ବର୍ଷପରି ନେତାଜୀ ଜୟନ୍ତୀ ଲାଗି ହେଉଥିବା ଚିତ୍ରାଙ୍କନ, ବକ୍ତୃତା ଏବଂ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ୧୫ ତାରିଖ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ୨୩ ତାରିଖ ସନ୍ଧ୍ୟାରେ ନେତାଜୀ ଦିନ ପୁରସ୍କାର ବିତରଣ କରାଯିବ । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କୌଣସି ଦେୟ ଗ୍ରହଣ କରାଯିବ ନାହିଁ। ପ୍ରତିଯୋଗିତା ସମ୍ବନ୍ଧରେ ଜାଣିବାପାଇଁ ସାଧାରଣ ସମ୍ପାଦକ ଦେବାଶିଷ ଦାସ- ୯୪୩୭୦୧୭୨୦୫ଙ୍କ ସହ ଯୋଗାଯୋଗ କରିବାପାଇଁ ଅନୁରୋଧ। ଉକ୍ତ ଉତ୍ସବରେ ସ୍କୁଲର ୨୦୧୯ ସମିହାରେ ମଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସମ୍ମାନିତ କରାଯିବ। ପରେ ବୈଠକ ଶେଷ କରାଯିବ।

 

Comments are closed.