ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ଧନଞ୍ଜୟ ସାହୁ ଦ୍ବିତୀୟ

କଟକ : ଗୋଆର ଗ୍ରାଣ୍ଡ ଗିଗି ହୋଟଲରେ ‘ଆଇସିଏନ’ ପକ୍ଷରୁ ଦୁଇ ଦିନ ଧରି ଏକ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହା ଗତ ଡିସେମ୍ବର ୧ ଓ ୨ ତାରିଖରେ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର କଟକ ମଙ୍ଗଳାବାଗ ସ୍ଥିତ ଥୁରିଆ ସାହିର ଧନଞ୍ଜୟ ସାହୁ ଭାଗ ନେଇଥିଲେ ଏବଂ ଏଥିରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।

‘ଆଇସିଏନ’ ପକ୍ଷରୁ ଆୟୋଜିତ ଏହି  ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସାରା ଦେଶରୁ ପ୍ରାୟ ୫୦୦ ଜଣ ବଡ଼ି ବିଲଡର ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଭିନେତା ସୁନୀସ ସେଟ୍ଟୀ ଓ ଦିବ୍ୟାଙ୍ଗ ସୁନ୍ଦର ସ୍ବାସ୍ଥ୍ୟର ଆନନ୍ଦ ଆରନୋଲଡ ଯୋଗଦେଇ ଥିଲେ।

Comments are closed.