ସୁନା ଦୋକାନରୁ ଲୁଟ୍ ଉଦ୍ୟମ ; ପୁଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ

କଟକ : କଟକ ଚୌଦ୍ବାର ମୁଣ୍ଡାସାହିରେ ପୁଲିସ ଓ ଡକାୟତ ମଧ୍ୟରେ ମଙ୍ଗଳବାର ଗୁଳିବିନିମୟ ଘଟିଛି । ଡକାୟତମାନେ ସୁନା ଦୋକାନରୁ ଲୁଟ ଉଦ୍ୟମ କରୁଥିବା ବେଳେ ପୁଲିସ ଚଢାଉ କରିଥିଲା। ଏହି ସମୟରେ ପୁଲିସ ଓ ଅପରାଧୀ ଉଭୟଙ୍କ ମଧ୍ୟରେ ଗୁଳିବନିମୟ ଘଟିଥିଲା। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ୩ ଜଣ ଘଟଣା ସ୍ଥଳରୁ ଖସିଯାଇଛନ୍ତି। ଡକାୟତ ମାନେ ବାହର ରାଜ୍ୟର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.