ବାଙ୍କୀ ଷ୍ଟେଟ୍‌ବ୍ୟାଙ୍କ ଚକାପଦା ଠାରେ ନୂତନ ଗ୍ରାହକସେବା କେନ୍ଦ୍ର ଉଦ୍‌ଘାଟିତ

ବାଙ୍କୀ/ଡମପଡ଼ା : ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦା ଠାରେ ଆଜି ନୂତନ ଗ୍ରାହକସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଉଦ୍‌ଘାଟିତ ଭାବରେ ସିଏମ୍‌.କ୍ରେଡିଟ୍ ଆର.ବି.ଓ କଟକ ବିକ୍ରମ କୁମାର ସାହୁ ଫିତା କାଟି ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବିଶେଷ ଅତିଥି ଭାବେ ବାଙ୍କୀ ଷ୍ଟେଟ୍ ବ୍ୟାଙ୍କ୍ ଚିଫ୍ ମ୍ୟାନେଜର ପିୟୁଷ ରଞ୍ଜନ ସ୍ୱାଇଁ, ବ୍ୟାଙ୍କ କ୍ଷେତ୍ର ଅଧିକାରୀ ସୁଶାନ୍ତ କୁମାର ସାହୁ, ଗ୍ରାହକ ସେବା କେନ୍ଦ୍ରର ପ୍ରୋପାଇଟର ମୋନାଲି ବେହେରା, ସଂଜୟ ବେହେରା (କାହ୍ନୁ) , ଯୁଗୋଳ କିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗ୍ରାହକସେବା କେନ୍ଦ୍ର ଦ୍ୱାରା ଚକାପଦା ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାଣମାନେ ସୁବିଧାରେ ନୂତନ ବ୍ୟାଙ୍କ ଖାତା ତଥା ଟଙ୍କା ଉଠାଣ, ଟଙ୍କା ଜମା ଓ ଅନ୍ୟାନ୍ୟ ସୁବିଧାମାନ ଏଠାରେ ଉପଲବ୍ଧ ହୋଇପାରିବ ବୋଲି ବ୍ୟାଙ୍କ ତରଫରୁ  ସୂଚନା ମିଳିଛି ।

Comments are closed.