୯ ମିନିଟ୍‍ରେ ରାଜ୍ୟରେ ୧୪ ଶହ ମେଗାୱାଟ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ

ଭୁବନେଶ୍ୱର : କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛୁ। କରୋନା ମୁକାବିଲା ପାଇଁ ସାରା ଦେଶକୁ ଚଳିତ ମାସ ୧୪ ତାରିଖ ଯାଏଁ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟା ସମୟରେ ୯ ମନିଟ୍‍ ଯାଏ ଘରର ସମସ୍ତ ଆଲୋକକୁ ବନ୍ଦ ରଖିବା ସହ ଦୀପ, ମହମବତୀ, ଟ୍ରର୍ଚ୍ଚ, ମୋବାଇଲ୍‍ ଫ୍ଲାସ୍‍ ଘରେ ରହି ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଘରେ ରହି ଦୀପ ଜାଳିବା ଦ୍ୱାରା ଦେଶବାସୀ ଏକାଠି ଥିବା ବାର୍ତ୍ତା ଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଓଡ଼ିଶାର ଜନସାଧାରଣ ଏହାକୁ ସମର୍ଥନ କରି ଘରର ବିଦ୍ୟୁତ୍‍ ଆଲୋକ ୯ ମିନିଟ୍‍ ପାଇଁ ବନ୍ଦ କରିବା ଦ୍ୱାରା ରାଜ୍ୟରେ ୧୪ ଶହ ମେଗାୱାଟ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିଛି। ଏହି ସମୟରେ ୫୫୭ ମେଗାୱାଟ୍‍ ସଂରକ୍ଷଣ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। ତେବେ ଓଡ଼ିଶାର ଲୋକ ଅଧିକ ମାତ୍ରାରେ ମୋଦିଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଘରର ଆଲୋକ ବନ୍ଦ ରଖିଥିଲେ। ୮ଟା୫୯ ମିନିଟ୍‍ରୁ ଆଲୋକ ବନ୍ଦ କରିବା ଆରମ୍ଭ ହୋଇଥିଲା। ପ୍ରାୟ ୯ ମିନିଟ୍‍ ଆକଳନଠାରୁ ଅଧିକ୍‍ ବିଦ୍ୟୁତ୍‍ ସଂରକ୍ଷଣ ହୋଇପାରିଛି ବୋଲି ସେସୁର ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.