ମେଘାଳୟରେ ୧୩ଘଣ୍ଟା ପାଇଁ କୋହଳ ହେଲା କର୍ଫ୍ୟୁ

ସିଲଂ :  ସିଏଏକୁ ନେଇ ପୁର୍ବୋତ୍ତର ରାଜ୍ୟରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ସୁଧୁରିବାରେ ଲାଗିଛି । ଆସାମ ପରେ ମେଘାଳୟରେ ସ୍ଥିତିରେ ପରିବର୍ତ୍ତନ ଆସିଲାଣି । ରବିବାର  ୧୩ ଘଣ୍ଟା ପାଇଁ ମେଘାଳୟରେ କର୍ଫ୍ୟୁ କୋହଳ କରାଯାଇଛି।
ସ୍ଥିତିରେ ଉନ୍ନତି ଘଟିବା ପରେ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୂର୍ବ ଖାସି ହିଲ୍‍ସ୍‍ ଜିଲ୍ଲାର ସଦର ଥାନା ଓ ଲୁମ୍‍ଡିଗିରି ଅଞ୍ଚଳରେ ଏହି କୋହଳ ବ୍ୟବସ୍ଥା ଲାଗୁ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍‍ କହିଛନ୍ତି ଯେ ସ୍ଥିତିରେ ଉନ୍ନତି ଦେଖି ଏଭଳି କୋହଳ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟା ୭ଟାଠାରୁ ପୁନର୍ବାର ଏହିସବୁ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି।

Comments are closed.