ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ ଦଳ ସାମିଲ, ବିଶ୍ବ ଦେଖିବ ଓଡ଼ିଶାର ବଜାସାଲ୍‌ ନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ପରେଡରେ ପ୍ରଜ୍ଞାପନ ମେଢ଼ ବାଦ୍‌ ପଡ଼ିବା ପରେ ଏବେ ସାଂସ୍କୃତିକ ଦଳ ମନୋନୀତ ହୋଇଛି। ସାରା ବିଶ୍ବ ଦେଖିବ ଓଡ଼ିଶାର ବଜାସାଲ ନୃତ୍ୟ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପାରମ୍ପରିକ ବଜାସାଲ ଦଳ ନୃତ୍ୟ ପରିବେଷଣ କରିବେ। କଳାହାଣ୍ଡିର ବଜାସାଲ ନୃତ୍ୟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି।

ଓଡ଼ିଶାର ଉତ୍କର୍ଷ କଳା ଦିଲ୍ଲୀ ରାଜପଥରେ ମନ ମୋହିବ। ସାଧାରଣତନ୍ତ୍ର ଦିବସ ପରେଡରେ କଳାହାଣ୍ଡିର ‘ପ୍ରତିଭା ଅନୁଷ୍ଠାନ’ ବଜାସାଲ ନୃତ୍ୟ ପରିବେଷଣ କରିବେ। ଆସନ୍ତା ୩ ତାରିଖରେ ଅନୁଷ୍ଠାନର ୮୦ଜଣ ଶିଳ୍ପୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ବର୍ତ୍ତମାନ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଅଭ୍ୟାସ ଜାରି ରହିଛି। ତେବେ ପୂର୍ବ ଭାରତର ଏକମାତ୍ର ଦଳ କଳାହାଣ୍ଡିର ବଜାସାଲ ମନୋନୀତ ହୋଇଥିବାରୁ ସମଗ୍ର ଓଡ଼ିଶା ଏଥିପାଇଁ ଗର୍ବିତ।

ସୂଚନାଯୋଗ୍ୟ, ଗତବର୍ଷ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନିତ ହେବା ସହ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରି ପ୍ରଥମ ପୁରସ୍କାର ପାଇଥିଲେ।

Comments are closed.