ସିଟିଇଟି ପରୀକ୍ଷାରେ ୧୦ % ସଂରକ୍ଷଣ ପ୍ରସଙ୍ଗ ; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ କୁହାଯାଇଛି । ଏହି ଅଧିସୂଚନା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହା ଏକ ନୀତିଗତ ନିର୍ଣ୍ଣୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ସିଟିଇଟି ପରୀକ୍ଷାରେ ଆର୍ଥିକ ଅନର୍ଗସର ବର୍ଗଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ନେଇ ସରକାରଙ୍କ ଦ୍ୱାରା ଯାଚିକା ଦାଖଲ କରାଯାଇଥିଲା । ପ୍ରବେଶିକା ପରୀକ୍ଷାମାନଙ୍କରେ କୌଣସି ପ୍ରକାରର ସଂରକ୍ଷଣ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଦିନ ସ୍ପଷ୍ଟ କରିଥିଲେ । ଏହି ପ୍ରସଙ୍ଗରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ସଂଜୀବ ଖାନ୍ନାଙ୍କ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ଯେକୌଣସି ବର୍ଗ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ସଂରକ୍ଷଣ ଦିଆଯାଇପାରିବ, କିନ୍ତୁ ଉତ୍ତୀର୍ଣ୍ଣ କରିବା ପାଇଁ କୌଣସି ପାଇଁ ସଂରକ୍ଷଣ ଦିଆଯିବ ନାହିଁ ।

 

Comments are closed.