୧ କ୍ବିଣ୍ଟାଲରୁ ଅଧିକ ନକଲି ପନିର ଜବତ

କଟକ: ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ। ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ , ସୋୟା ବଡି ଆଦି ଜବତ ହୋଇଥିବା ବେଳେ ବୁଧବାର ନକଲି ପନିର ଜବତ ହୋଇଛି। ଚାଉଲିଆଗଞ୍ଜ ପୁଲିସ ଓ ସିଏମସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ୧ କ୍ବିଣ୍ଟାଲରୁ ଅଧିକ ଅପମିଶ୍ରିତ ସିନ୍ଥେଟିକ୍ ପନିର ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୁଲିସ । କଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। କେତେ ଦିନ ହେବ ଏଭଳି ପନିରରୁ ବଜାରରେ ଛଡାଯାଉଥିଲା ଏବଂ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

Comments are closed.