ଭାରତର ଦ୍ବିତୀୟ ୱିକେଟର ପତନ : ରାହୁଲ ୭୭ରନ କରି ଆଉଟ

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୬୭ରନରେ ଭାରତ ତାର ଦ୍ବିତୀୟ ୱିକେଟ ହରାଇଛି। କେଏଲ ରାହୁଲ ୮୯ବଲରେ ୭୭ରନ କରି ଆଉଟ ହୋଇଯାଇଛନ୍ତି। ସେ ୭୭ରନରେ ଗୋଟିଏ ଛକା ଓ ୮ଟି ଚୌକା ମାରିଛନ୍ତି। ଜୋଶେଫଙ୍କ ବଲରେ ରାହୁଲ ଆଉଟ ହୋଇ ପାଭିଲିୟନ ଚାଲିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ଶ୍ରେୟସ ବ୍ୟାଟିଂ କରିବାକୁ ଆସିଛନ୍ତି।

ଅଧିନାୟକ ବିରାଟ କୋହଲି ୩୬ଟି ବଲରୁ ୩୮ରନ କରି ଖେଳୁଛନ୍ତି। ଯେଉଁଥିରେ ତାଙ୍କର ୪ଟି ଚୌକା ସାମିଲ ରହିଛି।

Comments are closed.