କଟକ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ : କଟକ ରେଳ ଷ୍ଟେସନରୁ ଆଜି ଲକ୍ଷାଧିକ ଟଙ୍କା ଭର୍ତ୍ତି ୪ଟି ବ୍ୟାଗ ଜବତ ହୋଇଛି। ଏହି ବ୍ୟାଗରୁ ପ୍ରାୟ ୨୪ ଲକ୍ଷ ୫୦ ହଜାର ମିଳିଛି। ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍‍ ରହିଥିବା  ନେଇ ଖବର ମିଳିଛି। ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ସମୟରେ ଆରପିଏଫ ଏହି ଟଙ୍କା ଭର୍ତ୍ତି ଜବତ କରିଛନ୍ତି।  ଏହାସହ ଟଙ୍କା ବ୍ୟାଗ ଧରି ଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ସମ୍ପୃକ୍ତ ଘଟଣାରେ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣାର ତଦନ୍ତ ଜାରି ରଖିଛି।

Comments are closed.