ଜୟ ଭାରତ ଟ୍ରଷ୍ଟର ସମ୍ମାନ ପ୍ରଦାନ, ସାଂସଦ ଭର୍ତ୍ତୃହରି ପାଇବେ ଭାରତ ଗୌରବ ସମ୍ମାନ

କଟକ:ପ୍ରତିବର୍ଷ ପରି ଚଳିତବର୍ଷ ପବିତ୍ର ଗଣେଶ ଚତୁର୍ଥୀରେ ଜୟ ଭାରତ ଫାଉଣ୍ଡେସନର ସମ୍ମାନ ପ୍ରଦାନ ଉତ୍ସବ କୋଭିଡ-୧୯ଗାଇଡ ଲାଇନରେ ପାଳନ କରାଯିବ। ଆସନ୍ତା ୨୨ତାରିଖରେ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ବାର୍ଷିକ ଉତ୍ସବ ପାଳନ ଅବସରରେ ଭର୍ତ୍ତୃହରି ମହତାବଙ୍କୁ ଚଳିତବର୍ଷ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନର ସଭାପତି ସୁରେନ୍ଦ୍ରନାଥ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ ଗାୟତ୍ରୀ ସରାଫ- କଥାଭାରତ ସମ୍ମାନ, ଡା. ଚିତ୍ତରଞ୍ଜନ କର- ସେବାଭାରତ ସମ୍ମାନ, ରଶ୍ମିରଞ୍ଜନ ପରିଡା- କ୍ରୀଡାଭାରତ ସମ୍ମାନ, ଏଲିନା ସାମନ୍ତରାୟ- ସଂସ୍କୃତି ଭାରତ ସମ୍ମାନ, ସୁଦୀପ ସୁଦର୍ଶନ ରଣା, ଅମୃତା ନନ୍ଦ, ଶୁଭାଙ୍ଗୀ ଦାସ ଏବଂ ଖୁସି ଅଗ୍ରୱାଲ ବିଦ୍ୟାଭାରତ ସମ୍ମାନ ପାଇବେ। ଆସନ୍ତା ଗଣେଶ ଚତୁର୍ଥୀ ଅବସରରେ ଭାରତ ମସଲାର ରାମଦାସପୁର କାରଖାନାରେ ପରିସରରେ ହେବାକୁ ଥିବା ସଭାରେ ୱେବିନାର ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯିବ। କରୋନା ମହାମାରୀ ପାଇଁ କଟକଣା ଜାରି କରାଯାଇଥିବାରୁ ଚଳିତବର୍ଷ ସମ୍ମାନ ପ୍ରଦାନ ଉତ୍ସବକୁ ସୀମିତ ରଖାଯାଇଥିବା ଶ୍ରୀ ପଣ୍ଡା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।

Comments are closed.