ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣା ; ଗୁଡି ଦୋକାନରେ ଚଢାଉ

ଘଟଣାର ହେବ ଦୃଢ କାର୍ଯ୍ୟାନୁଷ୍ଠାନ - ଡିସିପି

କଟକ : ମାଞ୍ଜା ସୂତା ଲାଗି ଯୁବକଙ୍କ ବେକ କଟି ମୃତ୍ୟୁ ପରେ ଆଜି ପୁଲିସ ପକ୍ଷରୁ ବିିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଉଛି। ନୟାସଡକ, ନନ୍ଦିସାହିରେ ପୁରୀଘାଟ ଥାନା ପୁଲିସ ଚଢାଉ କରିଛି। ବିିଭିନ୍ନ ଗୁଡି ଦୋକାନରେ ଚଢାଉ ଜାରି ରଖିଛି ପୁଲିସ। ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁକୁ ନେଇ କଟକ ଡିସିପି ପ୍ରତୀକ ସିଂହ ପ୍ରତିକ୍ରିୟା ରଖି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ ନେଇ ଡିସିପି ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଦ୍ୱାରା ବିିଭିନ୍ନ ସ୍ଥାନରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ମାଞ୍ଜା ସୂତାର ବ୍ୟବହାର ଓ ବିକ୍ରି ନେଇ ଯାଞ୍ଚ ହେବ। ଏନେଇ କଟକ ମହାନଗର ନିଗମ ଡେପୁଟି କମିଶନର ସୂଚନା ଦେଇଛନ୍ତି।

 

Comments are closed.