ସର୍ବଭାରତୀୟ ପୁଲିସ କ୍ରୀଡ଼ା : ବିଘ୍ନରାଜଙ୍କୁ ବ୍ରୋଞ୍ଜ

କଟକ : ଇଣ୍ଡୋ ତିବତାନ୍‌ ବର୍ଡର ପୁଲିସ ଆନୁକୂଲ୍ୟରେ ହରିୟାଣାର ପଞ୍ଚକୁଲାରେ ଆୟୋଜିତ ୬୮ତମ ସର୍ବଭାରତୀୟ ପୁଲିସ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଲାନ୍ସ ନାଏକ ବିଘ୍ନରାଜ ମିରିଡ଼ିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ପୁଲିସରେ ଲାନ୍ସ ନାଏକ ଭାବେ କାର୍ୟ୍ୟରତ ବିଘ୍ନରାଜ ପୁରୁଷ ୪୦୦ମିଟର ଦୌଡ଼କୁ ୪୭.୩୧ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଏହି ସଫଳତା ବିଘ୍ନରାଜଙ୍କ କ୍ୟାରିୟରର ଶ୍ରେଷ୍ଠ ସଫଳତା। ଏହି ସଫଳତା ଲାଗି ମିରିଡ଼ିଆଙ୍କୁ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟ ସନ୍ତୋଷବ୍ୟକ୍ତ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ମିରିଡ଼ିଆ ଓଡ଼ିଶା ଫେରିବା ପରେ ରାଜ୍ୟ ପୁଲିସ ମୁଖ୍ୟାଳୟ ଯାଇ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ ଯେ, ମିରିଡ଼ିଆ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ କଟକରେ ଲାନ୍ସ ନାଏକ ଭାବେ କାର୍ଯ୍ୟରତ।

Comments are closed.