ଆଜି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ଓ ମା’କଟକ ଚଣ୍ଡୀଙ୍କ ମନ୍ଦିର

କଟକ : ଆଜି ଠାରୁ କଟକ ଜିଲା ଆଠଗଡ ସ୍ଥିତ ବାବା ଧବଳେଶ୍ୱରଙ୍କ ମନ୍ଦିର, ଓ କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି।
ବାବା ଧବଳେଶ୍ୱରଙ୍କୁ ପ୍ରଥମେ ଶ୍ରଦ୍ଧାଳୁଙ୍କ ପରିବାର ଦର୍ଶନ କରିବେ। ଏହାପରେ ଲାଗୁ ହୋଇଥିବା କୋଭିଡ ନିୟମାବଳୀ ଅନୁଯାୟୀ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି।
ସେହିପରି ଆଜି ଠାରୁ କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି। କୋଭିଡ କଟକଣା ସହ ଦର୍ଶନ ପାଇଁ ଟୋକନ ବ୍ୟବସ୍ଥା ହେବା ସହ ଏକାଥରକେ ୨୦ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳୁଛି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି।

Comments are closed.