ଦୁଇଟି ଔଷଧର କ୍ଲିନିକାଲ୍‍ ଟ୍ରାଏଲ୍‍ ପାଇଁ ସିଏସ୍‍ଆଇଆର୍‍କୁ ଅନୁମତି

ନୂଆଦିଲ୍ଲୀ : ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍‍ଆଇଆର୍‍) କୋଭିଡ୍‍-୧୯ର ଚିକିତ୍ସା ପାଇଁ ଦୁଇଟି ଔଷଧର କ୍ଲିନିକାଲ୍‍ ଟ୍ରାଏଲ୍‍ ଲାଗି
ଅନୁମତି ପାଇଛି । ଭାରତୀୟ ଔଷଧ କଣ୍ଟ୍ରୋଲର୍‍ ଜେନେରାଲ୍‍ ଡିଜିସିଆଇ Phytopharmaceutical ଓ Favipiravir ଔଷଧର
କ୍ଲିନିକାଲ୍‍ ଟ୍ରାଏଲ୍‍ ପାଇଁ ଅନୁମତି ପ୍ରଦାନ କରିଛି ।

ସିଏସ୍‍ଆଇଆର୍‍ ମହାନିର୍ଦ୍ଦେଶକ ଶେଖର ମାଣ୍ଡେ କହିଛନ୍ତି, ସପ୍ତାହେ ଭିତରେ ଏହି ଔଷଧର ପରୀକ୍ଷା ଆରମ୍ଭ କରାଯିବ । ସେ କହିଛନ୍ତି, ସିଏସ୍‍ଆଇଆର୍‍ ବିଭିନ୍ନ ଔଷଧ କମ୍ପାନୀଗୁଡ଼ିକ ସହ ମିଶି କୋଭିଡ୍‍-୧୯ର ଚିକିତ୍ସା ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଦେଇଛି। ଡକ୍ଟର ମାଣ୍ଡେ କହିଛନ୍ତି, Favipiravir ଜ୍ୱର ପାଇଁ ଜାପାନ୍‍, ଚୀନ୍‍ ଓ ଅନ୍ୟ ଦେଶଗୁଡ଼ିକରେ ବ୍ୟବହାର କରାଯାଇଥାଏ ଓ Phytopharmaceutical ମଧ୍ୟ ଚେରମୂଳିରୁ ନିର୍ମିତ ଏକ ଜଡ଼ିବୁଟି ଔଷଧ ।

Comments are closed.