ଭାରତୀୟ ଇସ୍ପାତ୍‍ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡିବ ଓଡିଶା : ଧର୍ମେନ୍ଦ୍ର ପ୍ରଧାନ

ସିଏସ୍‍ଆଇଆର୍‍-ଆଇଏମ୍‍ଏମ୍‍ଟିରେ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ବୈଠକ

-ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ସରକାରୀ ଅଧିକାରୀ ଏବଂ ଇସ୍ପାତ ଶିଳ୍ପର ଅଧିକାରୀଙ୍କ ସହ ଆଲୋଚନା
-ସିଏସଆଇ୍‍ଆର୍‍-ଆଇଏମଏମଟିର ବିକଶିତ ସ୍ୱଦେଶୀ ଟେକ୍ନୋଲୋଜିର ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେଲେ ଭାରତ ଏବଂ ଓଡିଶାର ଶିଳ୍ପରେ ବଡ ପରିବର୍ତନ ଆସିବ
-ଓଡିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ଛୋଟଛୋଟ ଶିଳ୍ପ ମଧ୍ୟ ଗବେଷଣାର ସୁଯୋଗ ପ୍ରଦାନ କରିବା ନେଇ ଖୁସିବ୍ୟକ୍ତ

ଭୁବନେଶ୍ୱର : ଭାରତୀୟ ଇସ୍ପାତ୍‍ ଏବଂ ଖଣିଜ ଶିଳ୍ପ ବିକାଶର ଆଗାମୀ ପ୍ରବାହରେ ଓଡିଶା ଏକ ନୂଆ  ଅଧ୍ୟାୟ ଲେଖିପାରିବ ବୋଲି ସୋମବାର ଭୁବନେଶ୍ୱର ସ୍ଥିତ ସିଏସ୍‍ଆଇଆର୍‍-ଖଣିଜ ଏବଂ ପଦାର୍ଥ ପ୍ରାଧ୍ୟୋଗିକ ସଂସ୍ଥା (ଆଇଏମଏମଟି) ଠାରେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ଓଡିଶାର ସରକାରୀ ଅଧିକାରୀ ଏବଂ ଇସ୍ପାତ ଶିଳ୍ପର ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିର ବିକାଶ ଦିଗରେ ଯୋଗଦାନ ପାଇଁ ଆମକୁ କାମ କରିବାର ଆବଶ୍ୟକତା ରହିଛି। ଜ୍ଞାନ ଆଧାରିତ ଇକୋସିଷ୍ଟମ ଉଦ୍ୟମଶୀଳତାକୁ ତିଆରି କରିବାରେ ଇନୋଭସେନ ଏକ ଚାବିକାଠି ହେବା ଦରକାର। ଓଡିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ଛୋଟ ଛୋଟ ଶିଳ୍ପ ମଧ୍ୟ ଗବେଷଣାର ସୁଯୋଗ ପ୍ରଦାନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ଏହି ବଗେଷଣା ପ୍ରକ୍ରିୟା ଏହି କ୍ଷେତ୍ରର ଖଣିଜ ଏବଂ ଇସ୍ପାତ ଶିଳ୍ପକୁ ମଜବୁତ୍‍ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସିଏସ୍‍ଆଇଆର୍‍-ଆଇଏମଏମଟିର ଲାବ୍ରୋଟରି ପରିଦର୍ଶନ କରିଥିଲେ। ଶିକ୍ଷାନୁଷ୍ଠାନର ମିନେରାଲ ପ୍ରୋସେସିଂ ପାଇଲଟ ପ୍ଲାଂଟ୍‍ ଏବଂ ପାଇଲଟ୍‍ ସ୍କେଲ୍‍ ଫ୍ଲୁଇଡାଇଜ୍‍ଡ୍‍ ବେଡ୍‍ ରିଆକ୍ଟର ଏକ ଟେକ୍ନୋଲୋଜିକୁ ବିକାଶ କରିଛି। ଯାହା ଶିଳ୍ପ ପାଇଁ ନିମ୍ନ ମାନଯୁକ୍ତ ଲୁହାପଥର ଏବଂ ଥର୍ମାଲଯୁକ୍ତ କୋଇଲାର ଉପଯୋଗ କରିବ। ଯଦି ସିଏସଆଇ୍‍ଆର୍‍-ଆଇଏମଏମଟି ସଂସ୍ଥା ଦ୍ୱାରା ବିକଶିତସ୍ୱଦେଶୀ ଜ୍ଞାନକୌଶଳର ଟେକ୍ନୋଲୋଜି ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେବ ତେବେ ଭାରତ ଏବଂ ଓଡିଶାର ଶିଳ୍ପରେ ବଡ ପରିବର୍ତନ ଆଣିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସିଏସଆଇ୍‍ଆର୍‍-ଆଇଏମଏମଟି, ଏନ୍‍ଆଇଟି ରାଉରକେଲା, ଆଇସିଟି ଭୁବନେଶ୍ୱରର ନିର୍ଦ୍ଦେଶକ, ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ୱ ବିଭାଗର ଅଧ୍ୟାପକ ବୃନ୍ଦ,ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଇସ୍ପାତ୍‍ ଶିଳ୍ପର ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଠକକାଳରେ ଗବେଷଣା କେନ୍ଦ୍ର, ଶିଳ୍ପ, ପଲିସି ନିର୍ମାତା ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

Comments are closed.