ଅନ୍ତର୍ଜାତୀୟ ବଜାରରେ ଅଧା ଦାମରେ ମିଳୁଛି ଅଶୋଧିତ ତୈଳ, କିନ୍ତୁ ଉପକୃତ ହେଉନାହାଁନ୍ତି ଗ୍ରାହକ

ନୂଆଦିଲ୍ଲୀ : ଜାନୁଆରୀରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୬୪ ଡଲାରରୁ ୩୨ ଡଲାରକୁ ଖସି ଆସିଛି। ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଦର ସ୍ଥିର କରାଯାଉ ଥିବାରୁ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୪ ମଧ୍ୟରେ ଖୁଚୁରା ଦରରେ ପେଟ୍ରୋଲ ୭୬.୦୧ରୁ ୬୯.୮୭କୁ ଏବଂ ଡିଜେଲ ୬୯.୧୭ରୁ ୬୨.୫୮କୁ ହ୍ରାସ ପାଇଛି। ହେଲେ ଏଥିରେ ସାଧାରଣ ଗ୍ରାହକ ବିଶେ​‌ଷ ଲାଭ ପାଉନାହାନ୍ତି।

ସୂତ୍ରରୁ ପ୍ରକାଶ ଯେ, ସାମ୍ପ୍ରତିକ ଆର୍ଥିକ ପରିସ୍ଥିତିରେ ଭିତ୍ତିଭୂମିର ଅତିରିକ୍ତ ଅଭିବୃଦ୍ଧି ଏବଂ ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ ପାଇଁ ତୈଳ ଦରକୁ ମାତ୍ରାଧିକ କମ୍ କରାଯାଉନାହିଁ। ଶନିବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬୯.୮୭ ଟଙ୍କା ଥିଲା। କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୭୨.୫୭ ଟଙ୍କାକୁ ବୃଦ୍ଧି କରାଯାଇଛି।

 

Comments are closed.