ବିଛାଖଣ୍ଡି ମୌଜାରେ ଚାଲିଛି କ୍ରସର ଉଚ୍ଛେଦ, ଏନଓସି ପ୍ରାପ୍ତ କ୍ରସରର ବୈଧତାକୁ ନେଇ ପ୍ରଶ୍ନବାଚୀ?

ଗଡ଼ମଧୁପୁର: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାରେ ଥିବା ବେଆଇନ କ୍ରସର ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ଏହି ମୌଜାରେ ରହିଥବା ଅନେକ କ୍ରସର ମଧ୍ୟରୁ ଜିଲା ପ୍ରଶାସନ କେତୋଟି କ୍ରସରକୁ ଉଚ୍ଛେଦ କରିଥିବାବେଳେ ଆଉ କେତୋଟି କ୍ରସରକୁ ସିଲ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାଇ ପ୍ରଶାସନର ଅଧିକାରୀମାନେ ସକାଳୁ ଏହି କ୍ରସରଗୁଡିକ ଉପରେ ଚଢାଉ କରିଥିଲେ। ଯାହାକି ଏବେ ମଧ୍ୟ ଜାରି ରହିଛି। ପୂର୍ବରୁ ଏହି ମୌଜାରେ ଅନେକ ବାର କ୍ରସର ଉଚ୍ଛେଦ କରାଯାଇଛି।  ଗତ ଅଗଷ୍ଟ ମାସ ୧୧ ତାରିଖରେ ତତକାଳୀନ ତହସିଲଦାର ସରୋଜ କୁମାର ପଣ୍ଡା ବିଛାଖଣ୍ଡି ଅଞ୍ଚଳରେ ଥିବା ସମସ୍ତ ୧୮ଟି କ୍ରସରକୁ ୨୦୦୪ଧାରା ୬୮ ମୁତାବକ ୭ଦିନିଆ କ୍ଲୋଜର ନୋଟିସ ଜାରି କରିବା ସହିତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ସମେତ ରାଜସ୍ୱ ନିରିକ୍ଷକ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପୁନଃର୍ବାର ଏହି କ୍ରସରଗୁଡିକୁ ନୋଟିସ କରିଥିଲେ।

 

ଆଜି ପୁନଃର୍ବାର ଉଚ୍ଛେଦ କରିବା ଘଟଣାକୁ ଲୋକେ ସହଜରେ ହଜମ କରପାରୁ ନାହାଁନ୍ତି। ବେଆଇନ ପଥର ଚୋରିକୁ ବିରୋଧ କରୁଥିବା ଲୋକମାନଙ୍କ କହିବା କଥା କିଛିମାସ ତଳେ ଏହି ବୃହତ କ୍ରସର ଗୁଡିକରେ ଲକ୍ଷ ଲକ୍ଷ ଟନ ବେଆଇନ ମାଲ ମହଜୁଦ ଥିବା ଖୋଦ ତହସିଲଦାର ଆକଳନ କରିଥିଲେ। ତେବେ ସେତେବେଳେ ଏମାନଙ୍କ ବିରୁଦ୍ଧରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ? ଫଳରେ ଏବେ ପୁନଃର୍ବାର ପ୍ରଶାସନକୁ ସେହି ସମାନ କ୍ରସର ପାଇଁ କସରତ କରିବାକୁ ପଡିଲା ? ପ୍ରଶାସନିକ ଅଧିକାରୀମାନେ ଉଚ୍ଛେଦ କରିବାକୁ ଆସିଥିବା ବେଳେ ଏନଓସି ପ୍ରାପ୍ତ କ୍ରସରର ଗୁଡିକ ଏନଓସି ପାଇବାକୁ ଥିବା ମାନଦଣ୍ଡକୁ ପରୁଣ କରୁଛନ୍ତି କି ନାହିଁ ତାର ତଦାରଖ କରିନଥିବା ବେଳେ ସେମାନେ ଏହି ମାନଦଣ୍ଡ ପୂରଣ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଭଡଙ୍ଗା ଠାରୁ ବାଲିସାହି ପର୍ଯ୍ୟନ୍ତ କ୍ରସର ଗୁଡିକ ୫୩ ନଂ ଜାତୀୟ ରାଜପଥ ପଥଚାରୀଙ୍କ ନିଦ ହଜାଇ ଦେଇଥିଲେ ହେଁ ଉଚ୍ଚ ନିର୍ଦ୍ଦେଶାଳୟର ଅନୁମତି ପରେ ମଧ୍ୟ କ୍ରସର ଗୁଡିକୁ ଉଚ୍ଛେଦ କରାଯାଉନାହିଁ। ଅନ୍ୟ ଏକ ଘଟଣା କ୍ରମରେ ଏହି ସବୁ କ୍ରସରକୁ କ୍ଲଷ୍ଟର କରି ଏକତ୍ର ଚଳାଇବାର ଯେଉଁ ନିଷ୍ପତ୍ତି ପ୍ରଶାସନ ନେଇଥିଲା ତାହା ଏବେ ଶିତଳ ଭଣ୍ଡାର ରହିଥିଲା ପରି ଲାଗୁଛି।

Comments are closed.