ଗୋଡ଼ିଝରିଆ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ

ତିଗିରିଆ :  ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡ଼ା ପଞ୍ଚାୟତର ଗୋଡ଼ିଝରିଆ ଅଞ୍ଚଳରେ ବ୍ୟାପକ ଧାନ  ସହିତ ପନିପରିବା ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ସରକାରଙ୍କ ନିକଟରୁ କ୍ଷତିପୂରଣ ସହାୟତା ଲୋଡ଼ିଛନ୍ତି । ଏହି ଅଞ୍ଚଳର ନଇପାରିଆ, ଲତାମୁଣ୍ଡ, ଢ଼ାଉରଙ୍ଗଖୋଲ, ଅମୁଣିଆ ଆଦିରେ ଗହୀରରେ ରହିଥିବା ଶତାଧିକ ଏକର ପରିମିତ ଫସଲ ‘ଜୱାଦ’ ବାତ୍ୟା ଜନିତ ବର୍ଷାରେ ପ୍ରଭାବିତ ହୋଇଥିଲା। ଏହାପରେ ଗତ ଗୁରୁବାର ଦିନ ପ୍ରାୟ ୪ଘଣ୍ଟା ଧରି ବର୍ଷା ଲାଗି ରହିବାରୁ ଅଞ୍ଚଳରେ ଥିବା ଧାନ ଏବଂ ପନିପରିବା ମଧ୍ୟରେ ବିଶେଷ କରି ବିଲାତି ବାଇଗଣ ଓ କୋବି ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଖରା ଅଭାବରୁ ଚାଷୀଙ୍କ ଧାନ ପାଣିରେ ବୁଡ଼ିରହି ଗଜାହେବା ସହ ପନିପରିବା ଗଛ ପୋଚରି ଯାଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ବ୍ଲକରେ କୃଷି, ଉଦ୍ୟାନକୃଷି ଏବଂ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଚାଲୁ ରହିଥିବା ବେଳେ ଏହି ଅଞ୍ଚଳର ଚାଷୀଙ୍କ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି କ୍ଷତିପୂରଣ ସହାୟତା ପ୍ରଦାନ କରାଯିବାକୁ ଜୟଆଠଗଡ଼ର ମୁଖିଆ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ଚାଷୀ ମହଲରେ ଦାବି ହୋଇଛି ।

Comments are closed.