ଦୁଇ ଏକର ଧାନ ଫସଲ ପୋଡି ପାଉଁଶ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ମୌଜାରେ ଥିବା ୨ଏକର ଜମିରେ ଭାଗିପାଲି ଗ୍ରାମର ଯଶୋବନ୍ତ ପଟେଲ ଓରଫ୍ ବୁଲୁ ଧାନ ଚାଷ କରିଥିଲେ। ଆଜି ମଧ୍ୟାହ୍ନରେ ଉକ୍ତ ଜମିରେ ଆକସ୍ମିକ ଭାବରେ ନିଆଁ ଲାଗି ଯିବାରୁ ୨ ଏକର ଜମିର ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି। ନିଆଁ କେମିତି ଲାଗିଲା କାରଣ ଜଣା ପଡିନାହିଁ। ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଲା ପରେ ଲଇଡା ଫାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ତଦନ୍ତ କରି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।

Comments
Loading...