ଗାଁ ଗଳିରେ କୁମ୍ଭୀର

ଆପଣ କେବେ ଏପରି କିଛି ଭିଡିଓ ଦେଖିଛନ୍ତି କି , ଯାହା ଭୟାବହ ସହ ରୋମାଞ୍ଚକର ମଧ୍ୟ। କୁମ୍ଭୀର ସହ ଜଡିତ ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ଏହି ଭିଡିଓ କର୍ଣ୍ଣାଟକର ଏକ ଗାଁର। ଏଠାରେ ଗାଁର ଏକ ଗଳିରେ କୁମ୍ଭୀରଟିଏ ବୁଲୁଥିବାର ଦେଖାଯାଉଛି। ଭିଡିଓକୁ ଲୋକେ ଖୁବ ସେୟାର ମଧ୍ୟ କରୁଛନ୍ତି। କର୍ଣ୍ଣାଟକର ଦାନ୍ଦେଲୀ କୋଗିଲବନ ଗାଁରେ କୁମ୍ଭୀରଟି ବୁଲୁଛି। ହଠାତ ଗାଁ ଭିତରକୁ ଏହି କୁମ୍ଭୀରଟି ଆସିବା ସହ ଆରାମରେ ବୁଲୁଥିଲା। ଏହାକୁ ଦେଖି ଲୋକେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। ମାତ୍ର ପରେ ବନ ଅଧିକାରୀ ପହଞ୍ଚି କୁମ୍ଭୀରକୁ ନଦୀରେ ଛାଡି ଦେଇଥିଲେ। ଲୋକେ କୁମ୍ଭୀରଟିର କୌଣସି କ୍ଷତି ନକରି ବନ ବିଭାଗକୁ ଖବର ଦେଇଥିଲେ।
.

Comments are closed.