କୁଆଖାଈରେ କୁମ୍ଭୀର, ଭୟରେ ଗାଁ ଲୋକେ

ନନ୍ଦନକାନନ: ନନ୍ଦନକାନନ ଥାନା ଅନ୍ତର୍ଗତ ଝିଙ୍କରଡିହି ଗାଁ ପାଖ କୁଆଖାଈ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ଗ୍ରାମର କିଛି ମହିଳା ଶୌଚ ହେବାକୁ ଯାଇଥିଲେ। ଗାଧୁଆ ତୁଠରେ ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା କୁମ୍ଭୀର ଦେଖିଥିଲେ। ଭୟରେ ସମସ୍ତ ପାଣିରୁ ବାହାରି ଆସିଥିଲେ। ନଦୀରେ କୁମ୍ଭୀର ଥିବା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିଲା। କୁମ୍ଭୀରଟି ମହାନଦୀରୁ ପଳାଇ ଆସିଥିବା ଅନୁମାନ କରାଯାଉଛି।

Comments are closed.