କରଡି ଘାଟରେ କୁମ୍ଭୀର ଆତଙ୍କ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ଅନ୍ତର୍ଗତ କରଡି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖିବା ପରେ ଗାଧୁଆ ପାଧୁଆ ପାଇଁ ନଦୀକୁ ଯିବା ବନ୍ଦ କରିଛନ୍ତି। କୁମ୍ଭୀରଟି ମହାଦେବ ମନ୍ଦିର ଘାଟ ଓ ଅନ୍ୟାନ୍ୟ ଘାଟ ନିକଟରେ ବାହାରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କୁମ୍ଭୀରଟି ବନ୍ୟା ଜଳରେ ଟିକରପଡାଠାରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।କୁମ୍ଭୀରକୁ ନେଇ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି।

Comments are closed.