ଶୈଶବରେ ସୈତାନ ଆଚରଣ

୧୬ ମାସରେ ୨୦୯ ଅପରାଧ,ସମ୍ବଲପୁର ସର୍ବାଧିକ; ଦେବଗଡ଼ରେ କମ୍‌,ସବୁ ଜିଲାରେ ଲୋଡ଼ା ବାଳ ସ୍ବଧାର ଗୃହ

ଭୁବନେଶ୍ୱର : ଶୈଶବରେ ବଢ଼ୁଛି ‌ସୈତାନ ଆଚରଣ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଯୋଡ଼ି ହେଉଛନ୍ତି ନାବାଳକ-ନାବାଳିକା ତଥା କିଶୋର ଓ କିଶୋରୀ। କେତେବେଳେ ମୋବାଇଲ ପାଇଁ ତ’ ଆଉ କେତେବେଳେ ଭିନ୍ନ କୌଣସି ଜିଦ୍‌ ଓ କାରଣ ପାଇଁ ଅପରାଧ ଘଟାଇବାକୁ ସେମାନେ ପଛାଉ ନାହାନ୍ତି। ଗତ ୧୬ ତାରିଖରେ ଡ୍ରେସ୍ କିଣିବାକୁ ପଇସା ନ ଦେବାରୁ ମା’କୁ ହତ୍ୟା କରିଥିଲା କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଉପରବରଡ଼ା ଗାଁର ଜଣେ ୧୦ ବର୍ଷର ବାଳକ। ଖବର ବି​‌େଶ୍ଲଷଣ କଲେ ରାଜ୍ୟରେ ଏଭଳି ଦିନକୁ ଦିନ ବାଳ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗରେ ମଧ୍ୟ ବାଳ ଅପରାଧ ଭଳି ବହୁ ଅଭିଯୋଗ ପଞ୍ଜିକୃତ ହେଉଛି। ଗତ ୧୬ ମାସ‌େ‌ରେ ଆୟୋଗରେ ୨୦୯ଟି ବାଳ ଅପରାଧ ଭଳି ଘଟଣା ପଞ୍ଜିକୃତ ହୋଇଛି। ବେସରକାରୀ ଭାବେ ଏମିତି ଆଉ କେତେକ ବାଳ ଅପରାଧ ମଧ୍ୟ ଘଟିଛି ଯାହା ଆୟୋଗର କାର୍ଯ୍ୟଳୟକୁ ପ୍ରବେଶ କରିପାରିନି।
ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ମାନ କରୁଛନ୍ତି। ବିଭିନ୍ନ ପରିସ୍ଥିତିରେ ଶିଶୁଙ୍କ ପାଇଁ ସରକାର ଭିନ୍ନ ଭିନ୍ନ ଯୋଜନାକୁ ଆପଣାଉଛନ୍ତି। ପିଲାମାନେ କିଭଳି ଅପରାଧପ୍ରବଣ ନହେବେ ସେଥିପାଇଁ ବିଦ୍ୟାଳୟ ଶିକ୍ଷାରେ ମଧ୍ୟ ନୈତିକ ଓ ସଂସ୍କାରଧର୍ମୀ ପାଠ୍ୟକ୍ରମ ସାମିଲ କରାଯାଇଛି। ତଥାପି ବାଳ ଅପରାଧୀ ମାନସିକତା ଓ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଅଭିଭାବକ ଏଥିପାଇଁ ଦାୟୀ ହୋଇଥାନ୍ତି ବୋଲି କୁହାଯାଏ। ଆୟୋଗରେ ପଞ୍ଜିକୃତ ହୋଇଥିବା ତଥ୍ୟରୁ ଜଣାପଢ଼ିଛି ଯେ, ୨୦୨୧ ମସିହାରେ ମୋଟ ୧୫୫ଟି ବାଳ ଅପରାଧ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେହି ବର୍ଷ ଜାନୁଆରୀ‌ରେ ୨୪, ଫେବୃଆରୀରେ ୧୪, ମାର୍ଚ୍ଚରେ ୧୫, ଏପ୍ରିଲରେ ୨୬, ଜୁନରେ ୧୫, ଜୁଲାଇରେ ୧୬, ଅଗଷ୍ଟରେ ୧୪, ସେପ୍ଟେମ୍ବରରେ ୧୪, ଅକ୍ଟୋବରରେ ୬, ନଭେମ୍ବରରେ ୩ ଏବଂ ଡିସେମ୍ବରରେ ୮ ପଞ୍ଜିକୃତ ହୋଇଥିଲା। ମେ’ରେ ତାଲାବନ୍ଦ ଥିବାରୁ କୌଣସି ଅଭିଯୋଗ ପଞ୍ଜିକୃତ ହୋଇ ନ ଥିଲା। ସେହିପରି ୨୦୨୨ ଜାନୁଆରୀରେ ୧୨, ଫେବୃଆରୀରେ ୧୦, ମାର୍ଚ୍ଚରେ ୬, ଏପ୍ରିଲରେ ୧୫ ଏବଂ ମେ’ରେ ୧୧ଟି ବାଳ ଅପରାଧ ପଞ୍ଜିକୃତ ହୋଇଛି। ସେହିପରି ଗତ ବିଧାନସଭା ରିପୋର୍ଟରେ ମଧ୍ୟ ବାଳ ଅପରାଧୀଙ୍କ ସମ୍ପର୍କରେ ଚମକାଇଦେଲା ଭଳି ତଥ୍ୟ
ଉପସ୍ଥାପିତ ହୋଇଥିଲା। ରାଜ୍ୟରେ ୨୦୧୭ରେ ୫୬୬୧, ୨୦୧୮ରେ ୬୨୮୫, ୨୦୧୯ରେ ୬୮୭୨, ୨୦୨୦ରେ ୮୭୧୨ ବୃଦ୍ଧି ପାଇଥିବା ବେଳେ ୨୦୨୧ରେ ତାହା ୧୦,୨୪୬କୁ ବୃଦ୍ଧି ପାଇଛି। ୨୦୧୭ରେ ସମ୍ବଲପୁର ଜିଲାରେ ସର୍ବାଧିକ ୭୫୧ ବାଳ ଅପରାଧୀ ରହିଥିବା ବେଳେ ୨୦୨୧ରେ ତାହା ୧୩୩୩କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମ, ଝାରସୁଗୁଡା, କୋରାପୁଟ ଏବଂ ପୁରୀରେ ୫ଶହରୁ ଊର୍ଦ୍ଧ୍ବ ବାଳ ଅପରାଧୀ ରହିଥିବା​‌େ​‌ବଳେ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, କଟକ, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର, ମାଲକାନାଗିରି, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ନୟାଗଡରେ ପାଞ୍ଚ ଶହରୁ କମ ବାଳ ଅପରାଧୀ ରହିଛନ୍ତି। ସେହିପରି ବୌଦ୍ଧ, ଗଜପତି, ଜଗତସିଂହପୁର, କନ୍ଧମାଳ, ନୂଆପଡା ଓ ରାୟଗଡାରେ ଶହେରୁ କମ ବାଳ ଅପରାଧୀ ରହିଥିବା ‌େବଳେ ଦେବଗଡରେ ସର୍ବନିମ୍ନ ୩୫ ଜଣ ରହିଛନ୍ତି।
ଏସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ଶିଶୁ ଅପରାଧ ଘଟଣା ଜଣାପଡ଼ିବା ପରେ ତା’ର ତଦନ୍ତ କରାଯାଇଥାଏ। ପରାମର୍ଶଦାତାଙ୍କ ଦ୍ବାରା ଘଟଣା ସମ୍ବନ୍ଧରେ ଜାଣିବାକୁ ଶିଶୁଙ୍କୁ ରଖିବା ପାଇଁ ସ୍ବଧାର ଗୃହର ଆବଶ୍ୟକତା ରହିଛି। ସେଠାରେ ପିଲାଙ୍କ ପାଇଁ ଖେଳ ପଡ଼ିଆଠାରୁ ଆରମ୍ଭ କରି ପାଠାଗାର ଓ ପରାମର୍ଶ ଅଧିକାରୀ ରହିବା ଆବଶ୍ୟକ। ସବୁ ଜିଲାରେ ପିଲାଙ୍କ ପାଇଁ ସ୍ବଧାର ଗୃହ ହେବା ଦରକାର ବୋଲି ସେ କହିଛନ୍ତି।

Comments are closed.