ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର : ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି । ଜଣେ ବୋହୂ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନେ୍ଦହ କରାଯାଉଛି । ଶ୍ୱଶୁରକୁ ହତ୍ୟା ପରେ ବୋହୂ ଫେରାର ହୋଇଯାଇଛି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ରାତିରେ ମହିଳାଙ୍କ ଶ୍ୱଶୁର ଘରର ବାରଣ୍ଡାରେ ବସିଥିବା ବେଳେ ସେ ନିଜ ଶ୍ୱଶୁର ଉପରେ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି ।

Comments are closed.