ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ମହିଳା

ବିହାର : ବିହାର ଭାଗଲପୁରରେ ଏକ ଅଭାବୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଜଣେ ମହିଳା ନିଜ ପ୍ରେମିଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ଜଣଙ୍କ ନିଜ ଅପରାଧ ମଧ୍ୟ ସ୍ୱୀକାର କରିଥିବା ଜଣାପଡ଼ିଛି। ଗୁରୁବାର ସକାଳ ସମୟରେ ଉକ୍ତ ବ୍ୟକ୍ତିଙ୍କ ପରିଜନମାନେ ପୁଲିସକୁ ଏହି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଉକ୍ତ ମହିଳାଙ୍କୁ ସେ ପଚରାଉଚରା ଆରମ୍ଭ କରିଥିଲେ। ମହିଳାଙ୍କ ଚୁଡ଼ି ଓ ହାତ ଯାଞ୍ଚ ପାଇଁ ଆଦେଶ ଦେଇଥିଲେ। ମହିଳା ଚୁଡ଼ିରେ ରକ୍ତ ଲାଗିଥିବା ଦେଖି ପୁଲିସ ତାଙ୍କୁ ଗିରଫ କରିବା ପରେ ଘଟଣାର ଖୋଳତାଡ଼ କରିଥିଲା। ମହିଳା ଜଣଙ୍କ ସମସ୍ତ ତଥ୍ୟ ଦେବା ସହ ନିଜ ଅପରାଧକୁ ସ୍ୱୀକାର କରିଥିଲେ।

Comments are closed.