ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ଵର : ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି । ଗୁରୁବାର ସକାଳେ ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ପୁଲିସ ଡିଜିପିଙ୍କ ଟ୍ବିଟ ଅନୁସାରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଭୁବନେଶ୍ଵର ଜିଆରପି ପୁଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯିବ ।


ସୂଚନାଯୋଗ୍ୟ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସାରା ଓଡିଶାରେ ଏକ ପ୍ରକାର ଆଲୋଡନ ଦେଖିବାକୁ ମିଳିଥିଲା। ସମାଜସେବୀ ଆଦିତ୍ୟଙ୍କୁ କେହି ହତ୍ୟା କରିଥିବା କଥା ତାଙ୍କ ପ୍ରଶଂସକ ମାନେ ଦାବି କରିଥିଲେ । କିନ୍ତୁ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ। ଯାହାକୁ ଆଦିତ୍ୟଙ୍କ ପ୍ରଶଂସକମାନେ ବିଶ୍ଵାସ କରିପାରିନଥିଲେ। ଏହାପରେ ଆଦିତ୍ୟଙ୍କ ମୃତ୍ୟୁ ମାମଲରେ କମିଶନରେଟ  ପୁଲିସ ଦ୍ବାରା ତଦନ୍ତ ଦାବି କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖି ଉଲ୍ଲେଖ କରିଥିଲେ କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ।

ଅନ୍ୟପଟେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଜାତୀୟ ମାନବଅଧିକାର କମିଶନ ମଧ୍ୟ ଜିଆରପି ପୁଲିସକୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ୪ ସପ୍ତାହ ମଧ୍ୟରେ ଜିଆରପି ପୁଲିସ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି ନିର୍ଦେଶ ଦେଇଛନ୍ତି।

 

 

Comments
Loading...