ସିଗାରେଟ ଟାଣି ଇଂଲଣ୍ଡକୁ ବିଶ୍ୱକପ ଜିତାଇଥିଲେ ଷ୍ଟୋକ୍ସ

ଗତବର୍ଷ ୨୦୧୯ରେ ଆଜିର ଦିନରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ବିଶ୍ୱକପ ଜିତିଥିଲା। ଲର୍ଡସରେ ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚମତ୍କାର ଫାଇନାଲ୍ ମ୍ୟାଚରେ ପ୍ରଥମେ ମ୍ୟାଚଟି ଟାଇ ହୋଇଥିଲା ଏବଂ ପରେ ସୁପର ଓଭର ହୋଇଥିଲା। ଏଥିରେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିଲା ନଥିଲା, ଶେଷରେ ମ୍ୟାଚ୍ ରେ ଆଇସିସିର ଏକ ସ୍ୱତନ୍ତ୍ର ନିୟମ ଯୋଗୁଁ ଇଂଲଣ୍ଡକୁ ବିଶ୍ୱ ବିଜେତା ଘୋଷିତ କରାଗଲା। ବର୍ତ୍ତମାନ ମ୍ୟାଚ୍ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି।
ବିଶ୍ୱକପ ଫାଇନାଲରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ବେନ୍ ଷ୍ଟୋକ୍ସ ବାଥରୁମକୁ ଯାଇ ସୁପରଓଭର ପୂର୍ବରୁ ସିଗାରେଟ୍ ଟାଣୁଥିଲେ ବୋଲି ଜଣାପଡିଛି।
ଇଂଲଣ୍ଡର ବିଶ୍ୱକପ ବିଜୟ ସହ ଜଡିତ ଏକ ପୁସ୍ତକରୁ ଜଣାପଡିଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ସୁପର ଓଭର ପୂର୍ବରୁ ନିଜକୁ ଚାପ ମୁକ୍ତ କରିବା ପାଇଁ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ସିଗାରେଟ ବ୍ରେକ ନେଇଥିଲେ। ଏହି ପୁସ୍ତକଟି ନିକ ହାଲ୍ଟ ଏବଂ ଷ୍ଟିଭ ଜେମ୍ସ ଲେଖିଛନ୍ତି। ଏହି ପୁସ୍ତକ ଅନୁଯାୟୀ, ସୁପର ଓଭର ପୂର୍ବରୁ ସେ ଇଂଲଣ୍ଡର ଡ୍ରେସିଂ ରୁମକୁ ଯାଇ ଗାଧୋଇବାକୁ ବାଥରୁମକୁ ଯାଇଥିଲେ। ସେଠାରେ ଷ୍ଟୋକ୍ସ ଏକ ସିଗାରେଟ୍ ଟାଣି ଶାନ୍ତିରେ କିଛି ମୂହୁର୍ତ୍ତ ବିତାଇଥିଲେ ।
ସୂଚନାଯୋଗ୍ୟ ଯେ, ବେନ୍ ଷ୍ଟୋକ୍ସଙ୍କୁ ତାଙ୍କର ଅପରାଜିତ 84 ରନ୍ ନକ୍ ପାଇଁ ’ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବରେ ବିଚାର କରାଯାଇଥିଲା। ସେ ସୁପର ଓଭରରେ ଆଠ ରନ୍ ସ୍କୋର କରି ଇଂଲଣ୍ଡକୁ ସ୍ମରଣୀୟ ବିଜୟରେ ସାହାଯ୍ୟ କରିଥିଲେ।