ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ବରିଷ୍ଠ କୃଷି ଅଧିକାରୀ ତଥା କୋରାପୁଟର ପୂର୍ବତନ ଜିଲା କୃଷି ଅଧିକାରୀ ତଥା କୃଷି ବିଭାଗର ଉପ ନିର୍ଦେଶକ ପାହ୍ୟାର ଅଫିସର ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗତ ଜୁଲାଇ ୨ ତାରିଖରେ ଶ୍ରୀ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ସେ କୋରାପୁଟରୁ ଭୁବନେଶ୍ଵର ଆସିବା ବେଳେ ତାଙ୍କ ଗାଡ଼ି ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ ଓ ସେଠାରେ ୧୧ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କା କେଉଁଠୁ ଆସିଲା ତାହା ସେ ସ୍ପଷ୍ଟ କରି ପାରି ନ ଥିଲେ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ଓ ସେ ବିଚାରବିଭାଗୀୟ ହାଜତରେ ରହିଥିଲେ । ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଅନୁସନ୍ଧାନ ବେଳେ ତାଙ୍କ ନିକଟରେ ୩.୫ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା । ଏତେ ପରିମାଣର ସମ୍ପତ୍ତି ସେ କିପରି ଠୁଳ କଲେ ଭିଜିଲାନ୍ସ ତାହାର ଅନୁସନ୍ଧାନ କରୁଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦେଶ ଦେଇଛନ୍ତି ।

Comments are closed.