ଦେଶରେ ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ ନେଲେଣି କୋଭିଡ ଟିକା

ଦେଶରେ ଆଜି ସକାଳ ୮ଟା ସୁଦ୍ଧା ୧୧ କୋଟି ୯୯ ଲକ୍ଷ ୩୭ ହଜାର ୬୪୧ ଜଣଙ୍କୁ କୋଭିଡ୍‍ ଟିକା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଦେଶର ୫୧ ହଜାର ୮୫୭ଟି ଟିକାକରଣ କେନ୍ଦ୍ରରେ ଏହି ଟିକାକରଣ କରାଯାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୧୦ କୋଟି ୨୯ ଲକ୍ଷ ୫୨ ହଜାର ୧୪୮ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୪୩ ଲକ୍ଷ ୮୨ ହଜାର ୨୪୪ ଜଣ ଦ୍ଵିତୀୟ ଡୋଜ ଟିକା ନେଇଛନ୍ତି। ଗତକାଲି ୩୦ ଲକ୍ଷ ୪ ହଜାର ୫୪୪ ଜଣ ଏହି କରୋନା ପ୍ରତିଷେଧକ ଟିକା ନେଇଛନ୍ତି। ଦେଶବ୍ୟାପୀ ୪୭ ହଜାର ୬୨୪ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ ହଜାର ୨୪୩ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯାଉଛି।

ସୂଚନା ଅନୁଯାୟୀ, କୋଭିଡ ପ୍ରତିଷେଧକ ଟିକା ପାଇଁ ଏ ପର୍ଯ୍ୟନ୍ତ ୧ କୋଟି ୨୮ ଲକ୍ଷ ୫୯ ହଜାର ୪୧୫ ଜଣ ଅନଲାଇନ ଜରିଆରେ ପୋର୍ଟାଲରେ ପଞ୍ଜିକରଣ କରିଥିବା ବେଳେ ୭ କୋଟି ୧୩ ଲକ୍ଷ ୯୭ ହଜାର ୩୯୦ ଜଣ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଆସି ପଞ୍ଜିକରଣ କରି ତତ୍କାଳ ଟିକା ନେଇଛନ୍ତି। ସେହିପରି ଦେଶରେ ୨ କୋଟି ୩୫ ଲକ୍ଷ ୪୯ ହଜାର ୭୩୪ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଟିକା ପାଇଁ ପଞ୍ଜିକରଣ କରିଛନ୍ତି।

(ସୂଚନା: ଏହି ସମ୍ବାଦରେ ଦିଆଯାଇଥିବା ତଥ୍ୟ କେନ୍ଦ୍ର ସରକାରଙ୍କ ‘Co-Win’ ପୋର୍ଟାଲରୁ ଏପ୍ରିଲ ୧୭ ତାରିଖ ସକାଳ ୮ଟା ସୁଦ୍ଧା ସଂଗୃହିତ ହୋଇଛି।)

Comments are closed.