୭୦ ଲକ୍ଷ ଟପିଲା ରାଜ୍ୟରେ ଟିକାକରଣ, ଆଜି ନେଇଛନ୍ତି ୪୯ ହଜାର ୫୮୪

ରାଜ୍ୟରେ ଆଜି ସୁଦ୍ଧା ୭୦ ଲକ୍ଷ ୧୫ ହଜାର ୭୭୨ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଏହି ଟିକାକରଣ କରାଯାଇଛି। ୫୫ ଲକ୍ଷ ୭୯ ହଜାର ୮୬ ଜଣଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୧୪ ଲକ୍ଷ ୩୬ ହଜାର ୬୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ଆଜି ଗୋଟିଏ ଦିନରେ ୪୯ ହଜାର ୫୮୪ ଜଣଙ୍କୁ ଟିକାକରଣ କରାଯାଇଛି।

ସୂଚନା ଅନୁଯାୟୀ ୧୮ରୁ ୪୪ ବୟସ ବର୍ଗରେ ୭ ଲକ୍ଷ ୨୭ ହଜାର ୨୮୧, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୨୪ ଲକ୍ଷ ୬୨ ହଜାର ୪୫୩ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ୨୩ ଲକ୍ଷ ୮୮ ହଜାର ୬୩୯ ଜଣଙ୍କୁ ଟିକା ଦିଆଯାଇଛି। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ୨୯ ଲକ୍ଷ ୪୪ ହଜାର ୯୭୪ ଜଣ ପୁରୁଷ, ୨୬ ଲକ୍ଷ ୩୩ ହଜାର ୨୭୮ ଜଣ ମହିଳା ଓ ୮୩୪ ଜଣ ତୃତୀୟ ଲିଂଗିଙ୍କୁ ଟିକା ଦିଆଯାଇଛି। ସେହିପରି ରାଜ୍ୟରେ ୬୨ ଲକ୍ଷ ୯୧ ହଜାର ୫୯୯ ଜଣଙ୍କୁ କୋଭିସୀଲଡ ଟିକା ଓ ୭ ଲକ୍ଷ ୨୪ ହଜାର ୧୭୩ ଜଣଙ୍କୁ କୋଭାକସିନ ଟିକା ଦିଆଯାଇଛି।

Comments are closed.