୫ କୋଟି ଛୁଇଁବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଟିକାକରଣ ଖୁବଶୀଘ୍ର ୫ କୋଟି ଛୁଇଁବ । ବୁଧବାର ରାଜ୍ୟରେ ୨ ଲକ୍ଷ ୪୫ ହଜାର ୮୧୬ ଜଣ ହିତାଧିକାରୀଙ୍କୁ ଟିକାଦାନ କରାଯାଇଥିଲା। ଏହାପରେ ମୋଟ ଟିକାକରଣ ୪ କୋଟି ୯୫ ଲକ୍ଷ ୪୨ ହଜାର ୭୪୨ରେ ପହଞ୍ଚିଛି । ଏହି ହାରରେ ଟିକାକରଣ ଚାଲିଲେ ଦୁଇ କିମ୍ବା ତିନି ଦିନ ମଧ୍ୟରେ ଏହା ୫ କୋଟିରେ ପହଞ୍ଚିବ । ରାଜ୍ୟରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୮ ହଜାର ୧୬୪ ଗର୍ଭବତୀଙ୍କୁ ଟିକା ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରେ ୩୦ ଲକ୍ଷ ୯୨ ହଜାର ୨୭୦ କୋଭିସିଲ୍ଡ ଓ ୧୪ ଲକ୍ଷ ୧୭ ହଜାର ୯୭୫ କୋଭାକ୍ସିନ ଟିକା ମହଜୁଦ ଅଛି। ଆସନ୍ତାକାଲି ୨୭୮୪ଟି କେନ୍ଦ୍ରରେ ଟିକାକରଣ କରାଯିବ।

Comments are closed.