କୋଭିଡ ଟିକାକରଣକୁ ପୁରିଲା ୨୩ ଦିନ, ୫୮ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ନେଲେଣି ଟିକା

ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମକୁ ଆଜି ୨୩ ଦିନ ପୁରୀ ଥିବା ବେଳେ ଟିକାକରଣ ସଂଖ୍ୟା ୫୮ ଲକ୍ଷ ୩ ହଜାର ୬୧୭କୁ ବୃଦ୍ଧି ପାଇଛି। ୧ ଲକ୍ଷ ୧୬ ହଜାର ୪୭୮ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି। ଆଜି ୧ ହଜାର ୨୯୫ଟି ସେସନରେ ସାରା ଦେଶରେ ୨୮ ହଜାର ୫୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକା ଦିଆଯାଇଛି।

ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୩ହଜାର ୩୯୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୨ ଲକ୍ଷ ୯୯ ହଜାର ୬୪୯, ଅରୁଣାଚଳ ପ୍ରଦେଶରେ ୧୨ ହଜାର ୩୪୬, ଆସାମରେ ୮୮ ହଜାର ୫୮୫, ବିହାରରେ ୩ ଲକ୍ଷ ୭୯ ହଜାର ୪୨, ଚଣ୍ଡିଗଡ଼ରେ ୫ ହଜାର ୬୪୫, ଛତିଶଗଡ଼ରେ ୧ ଲକ୍ଷ ୬୮ ହଜାର ୮୮୨, ଦାଦର ଓ ନଗର ହାଭେଳିରେ ୧ ହାଜତ ୫୦୪, ଡାମନ ଡ଼ିଉରେ ୭୦୮, ଦିଲ୍ଲୀରେ ୧ ଲକ୍ଷ ୯ ହଜାର ୫୮୯, ଗୋଆରେ ୮ ହଜାର ୨୫୭, ଗୁଜରାଟରେ ୪ ଲକ୍ଷ ୪୬ ହଜାର ୩୬୭, ହରିୟାଣାରେ ୧ ଲକ୍ଷ ୩୯ ହଜାର ୧୨୯, ହିମାଚଳ ପ୍ରଦେଶରେ ୫୪ ହଜାର ୫୭୩, ଜାମ୍ମୁ କାଶ୍ମୀରରେ ୪୯ ହଜାର ୪୧୯, ଝାଡ଼ଖଣ୍ଡରେ ୧ ଲକ୍ଷ ୪ ହଜାର ୩୭୧, କର୍ଣ୍ଣାଟକରେ ୩ ଲକ୍ଷ ୮୮ ହଜାର ୪୭୬, କେରଳରେ ୨ ଲକ୍ଷ ୯୨ ହଜାର ୧୯୫, ଲଦାଖରେ ୧ ହଜାର ୯୮୭, ଲାକ୍ଷାଦ୍ଵୀପରେ ୮୩୯, ମଧ୍ୟ ପ୍ରଦେଶରେ ୩ ଲକ୍ଷ ୪୨ ହଜାର ୧୬ ଓ ମହାରାଷ୍ଟ୍ରରେ ୪ ଲକ୍ଷ ୭୩ ହଜାର ୪୮୦ ଜଣଙ୍କୁ ଟିକା ଦିଆଯାଇଛି।

ସେହିପରି ମଣିପୁରରେ ୮ ହଜାର ୩୩୪, ମେଘାଳୟରେ ୬ ହଜାର ୮୫୯, ମିଜୋରାମରେ ୧୦ ହଜାର ୯୩୭, ନାଗାଲାଣ୍ଡରେ ୪ ହଜାର ୫୩୫, ଓଡିଶାରେ ୨ ଲକ୍ଷ ୭୬ ହଜାର ୩୨୩, ପୁଡୁଚେରୀରେ ୩ ହଜାର ୫୩୨, ପଞ୍ଜାବରେ ୭୬ ହଜାର ୪୩୦, ରାଜସ୍ଥାନରେ ୪ ଲକ୍ଷ ୬୦ ହଜାର ୯୯୪, ସିକିମରେ ୫ ହଜାର ୩୭୨, ତାମିଲନାଡୁରେ ୧ ଲକ୍ଷ ୬୬ ହଜାର ୪୦୮, ତେଲେଙ୍ଗାନାରେ ୨ ଲକ୍ଷ ୯ ହଜାର ୧୦୪, ତ୍ରିପୁରାରେ ୪୦ ହଜାର ୪୦୫, ଉତ୍ତର ପ୍ରଦେଶରେ ୬ ଲକ୍ଷ ୭୩ ହଜାର ୫୪୨, ଉତ୍ତରାଖଣ୍ଡରେ ୭୪ ହଜାର ୩୩୦, ପଶ୍ଚିମବଙ୍ଗରେ ୩ ଲକ୍ଷ ୫୪ ହଜାର ଏବଂ ଅନ୍ୟାନ୍ୟ ୬୨ ହଜାର ୫୭ଟି ଟିକା ଦିଆଯାଇଛି।

Comments are closed.