ରାଜ୍ୟରେ ୩୮ଲକ୍ଷ ୫୨ହଜାର ଟପିଲା ଟିକାକରଣ

ରାଜ୍ୟରେ ଟିକାକରଣ ଅଭିଯାନରେ ବୁଧବାର ସୁଦ୍ଧା ୩୮ ଲକ୍ଷ ୫୨ ହଜାର ଟିକାକରଣ ହୋଇସାରିଲାଣି। ଏଥିରେ ୧୮ ଲକ୍ଷ ୨୧ ହଜାର ୫୫୯ ବରିଷ୍ଠ ନାଗରିକ ପ୍ରଥମ ଡୋଜ ଟିକା ନେଇଥିବାବେଳେ ୭୭ ହଜାର ୫୧୯ ଦ୍ବିତୀୟ ଡୋଜ ନେଇ ସାରିଲେଣି। ଏହାବାଦ୍ ୩ ଲକ୍ଷ ୧୬ ହଜାର ୭୧୯ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଏବଂ ୨ ଲକ୍ଷ ୬୩ ହଜାର ୪୯୮ ଦ୍ବିତୀୟ ଡୋଜ ନେଇଥିବାବେଳେ ୧ ଲକ୍ଷ ୮୯ ହଜାର ୭୦୭ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ, ୧ ଲକ୍ଷ ୪୫ ହଜାର ୮୭୮ ଦ୍ବିତୀୟ ଡୋଜ ଏବଂ ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ୧୦ ଲକ୍ଷ ୩୦ ହଜାର ୧୦୪ ପ୍ରଥମ ଡୋଜ ଏବଂ ୭୦୨୨ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି।

ରାଜ୍ୟରେ ବୁଧବାର ୭୮୦ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୧୦ ହଜାର ୮୮୯ ଜଣଙ୍କୁ ଟିକା ଦିଆଯାଇଛି। ସେଥିରେ ୨୧ ଜଣ ନୂତନ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୨୪୨ ଦ୍ବିତୀୟ ଡୋଜ, ୨୫୭ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ଏବଂ ୬୪୨ ଦ୍ବିତୀୟ ଡୋଜ, ୪୫ ବର୍ଷରୁ ୫୯ ବର୍ଷ ବୟସ୍କ ମଧ୍ୟରେ ୬୬ ହଜାର ୯୬୧ ଜଣ ପ୍ରଥମ ଡୋଜ ଏବଂ ୧୧୭୪ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି ୩୪ ହଜାର ୫୯୯ ବରିଷ୍ଠ ନାଗରିକ ପ୍ରଥମ ଡୋଜ ଓ ୬୯୯୩ ଦ୍ବିତୀୟ ଡୋଜ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.